Breaking News

ଅକ୍ଷର ପଟେଲଙ୍କ ପାଦ ଛୁଇଁଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୯ ରନ କରିଥିଲା। ଜବାବରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ୨୦୫ ରନରେ ଅଲଆଉଟ ହୋଇଯାଇଥିଲା। କିୱି ଇନିଂସ ଆରମ୍ଭରୁ ହିଁ କେନ ୱିଲିୟମ୍ସନ ଭାରତ ଏବଂ ବିଜୟ ମଧ୍ୟରେ ଦୃଢ଼ ଭାବରେ ଛିଡା ହୋଇଥିଲେ। କିନ୍ତୁ ଅକ୍ଷର ପଟେଲ ତାଙ୍କ ସ୍ପେଲର ଶେଷ ବଲରେ କେନ ୱିଲିୟମସନଙ୍କୁ ଆଉଟ କରିଥିଲେ। କେନ ୱିଲିୟମସନ ଅକ୍ଷର ପଟେଲଙ୍କ ବୋଲିଂରେ ଉଇକେଟକିପର କେଏଲ ରାହୁଲଙ୍କ ଦ୍ୱାରା ଷ୍ଟମ୍ପଆଉଟ ହୋଇଥିଲେ। କେନ ୱିଲିୟମସନ ୮୧ ରନର ଏକ ଭଲ ଇନିଂସ ଖେଳିଥିଲେ।

ଅକ୍ଷର ପଟେଲ କେନ ୱିଲିୟମସନଙ୍କ ଆଉଟ କରିବା ପରେ ଏକ ସ୍ମରଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରାଟ କୋହଲି ଅକ୍ଷରଙ୍କ ପାଦ ଛୁଇଁଥିଲେ। ବିରାଟ କୋହଲି ଅକ୍ଷରଙ୍କୁ ଉଇକେଟ ନେବା ପାଇଁ ଏହିପରି ଅଭିନନ୍ଦନ ଜଣାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।
ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୯ ଉଇକେଟ ବିନିମୟରେ ୨୪୯ ରନ କରିଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୭୯ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନର ଇନିଂସ ଖେଳିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ୪୨ ରନର କରିଥିଲେ। ଜବାବରେ, ନ୍ୟୁଜିଲାଣ୍ଡର ଇନିଂସ ୪୫.୩ ଓଭରରେ ୨୦୫ ରନରେ ଅଲଆଉଟ ହୋଇଯାଇଥିଲା। ଏହିପରି, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୪୪ ରନରେ ମ୍ୟାଚ ଜିତିଲା। ଭାରତ ପକ୍ଷରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ ଉଇକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪୨ ରନ ଦେଇ ୫ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିଲେ। କୁଲଦୀପ ଯାଦବଙ୍କୁ ୨ଟି ସଫଳତା ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

 

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.