Breaking News

ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ହେଲିକପ୍ଟର ଦୁର୍ନୀତି ମାମଲା: ମାଇକେଲ ଜେମ୍ସଙ୍କୁ ଜାମିନ

୩୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥ କ୍ରୀଷ୍ଟିଆନ ମାଇକେଲ ଜେମ୍ସକୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟାଙ୍କୁ...

ନୂଆଦିଲ୍ଲୀ: ୩୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥ କ୍ରୀଷ୍ଟିଆନ ମାଇକେଲ ଜେମ୍ସକୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ତଦନ୍ତ ଚାଲିଥିବା ବେଳେ ଜେମ୍ସ ୬ ବର୍ଷ ଜେଲରେ ବିତାଇଛନ୍ତି। ନିମ୍ନ ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତ ଅନୁଯାୟୀ ତାଙ୍କୁ ଜାମିନରେ ମୁକ୍ତ କରାଯିବ। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡରୁ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବାରେ ଲାଞ୍ଚ କାରବାର ନେଇ ଏହି ମାମଲା ରୁଜୁ ହୋଇଥିଲା।  ୨୦୧୮ ଡିସେମ୍ବରରେ ବ୍ରିଟିସ ନାଗରିକ ଜେମ୍ସଙ୍କୁ ଦୁବାଇରୁ ପ୍ରତ୍ୟର୍ପଣ କରାଯାଇଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର ୨୫, ୨୦୨୪ରେ ତାଙ୍କ ଜାମିନ ନାମଞ୍ଜୁର କରିଥିଲେ।

ଭିଭିଆଇପି ହେଲିକପ୍ଟର ଚୁକ୍ତିକୁ ସୁରକ୍ଷିତ କରିବା ପାଇଁ ଭାରତରେ ରାଜନେତା, ଅଧିକାରୀ ଓ ସାମ୍ବାଦିକମାନଙ୍କୁ ପ୍ରଭାବିତ କରିବା ପାଇଁ ଜେମ୍ସଙ୍କୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ନିଯୁକ୍ତ କରିଥିବା ଅଭିଯୋଗ ହୋଇଛି। ସିବିଆଇ ଅନୁଯାୟୀ, ଜେମ୍ସ ବାୟୁସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ନିଜ ସହଯୋଗୀମାନଙ୍କ ସହ ସେୟାର କରିଥିଲେ, ଯେଉଁମାନେ ଫ୍ୟାକ୍ସ ମାଧ୍ୟମରେ ଇଟାଲୀ ଏବଂ ସ୍ୱିଜରଲ୍ୟାଣ୍ଡର ପ୍ରତିପକ୍ଷଙ୍କୁ ଏହି ସୂଚନା ପଠାଇଥିଲେ। ଖର୍ଚ୍ଚ ଓ ଫି’ ଭରଣା ପାଇଁ ମୋଟ ଚୁକ୍ତି ମୂଲ୍ୟର ୭% କମିସନ୍ ଦେବାକୁ କଥା ହୋଇଥିବା ଅଭିଯୋଗ ହୋଇଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.