ଓଡିଶାଜିଲ୍ଲା

ଅଘଟଣ ପାଇଁ ଦାୟୀ କିଏ ? ସୂଚନା ଫଳକରେ ଚାପି ହୋଇ ଛାତ୍ର ମୃତ

ରାଇରଙ୍ଗପୁର ୨୦।୧୨ : ସୂଚନା ଫଳକରେ ଚାପି ହୋଇ ଛାତ୍ର ମୃତ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡଭୁଣ୍ଡୁ ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ର ଅବିର ଲୋହାରଙ୍କ ଘର ବଡଭୁଣ୍ଡୁ ବୋଲି ସୂଚନା ମିଳିଛି।

ତିରିଂ ଥାନା ବଡଭୁଣ୍ଡୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖେଳ ଛୁଟିରେ ୩ ଜଣ ଛାତ୍ର ଖେଳୁଥିଲେ। ସେହି ସମୟରେ ଏକ ସୂଚନା ଫଳକ ଭାଙ୍ଗିଯାଇ ୩ ଜଣ ଛାତ୍ରଙ୍କ ଉପରେ ପଡି ଯାଇଥିଲା । ଫଳକ ତଳେ ଚାପି ହୋଇଯାଇଥିଲେ ୩ ଛାତ୍ର। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତିରିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଥମ ଶ୍ରେଣୀ ଛାତ୍ର ଅବିର ଲୋହାରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ଦୁଇଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ଛାତ୍ର ଅବିର ଲୋହାରଙ୍କ ଘର ବଡଭୁଣ୍ଡୁ ବୋଲି ସୂଚନା ମିଳିଛି। ସୂଚନା ପାଇ ଘଟଣା ସ୍ଥଳରେ ତିରିଂ ତହସିଲଦାର, ABEO, ପୋଲିସ ପହଞ୍ଚି ତଦନ୍ତ କରିଥିଲେ।ପୋଲିସ ମୃତଦେହ ଜବତ୍ କରି ବ୍ୟବଛେଦ ପାଇଁ ପଠାଇଛି । ଅଘଟଣ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟିର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button