Breaking News

ଅଟୋଚାଳକଙ୍କୁ ଆକ୍ରମଣ: ଥାନା ଘେରିଲେ ୩୦୦ ଚାଳକ

ସୋମବାର ଅପରାହ୍ଣରେ ଜଣେ ଅଟୋ ଡ୍ରାଇଭର୍‌ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ଦାବିରେ ୩୦୦ ଅଟୋଚାଳକ ଖଣ୍ଡଗିରି ଥାନା ଘେରାଉ କରିଥିଲେ। ଏହି ଧାରଣା ଯୋଗୁ ପ୍ରାୟ ଏକ ଘଣ୍ଟା କାଳ ରାସ୍ତା ଜାମ୍‌ ହୋଇଥିଲା ଏବଂ ଥାନା ସମ୍ମୁଖ ସର୍ଭିସ୍‌ ରୋଡ୍‌ରେ ଯାନବାହନ...

0

ଖଣ୍ଡଗିରି: ସୋମବାର ଅପରାହ୍ଣରେ ଜଣେ ଅଟୋ ଡ୍ରାଇଭର୍‌ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ଦାବିରେ ୩୦୦ ଅଟୋଚାଳକ ଖଣ୍ଡଗିରି ଥାନା ଘେରାଉ କରିଥିଲେ। ଏହି ଧାରଣା ଯୋଗୁ ପ୍ରାୟ ଏକ ଘଣ୍ଟା କାଳ ରାସ୍ତା ଜାମ୍‌ ହୋଇଥିଲା ଏବଂ ଥାନା ସମ୍ମୁଖ ସର୍ଭିସ୍‌ ରୋଡ୍‌ରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତମାନଙ୍କୁ ନିଶ୍ଚୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଅଭିଯୋଗକାରୀ ଅଟୋଚାଳକ ସନ୍ତୋଷ କୁମାର ରାଉତରାୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଭଡ଼ା ନେଇ ସିଆର୍‌ପି ଛକ ଆଡ଼କୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ଏସ୍‌ ଗାଡ଼ି ତାଙ୍କ ଗାଡ଼ିକୁ ଘଷିଦେଇଥିଲା। ଏହାକୁ ନେଇ ସନ୍ତୋଷଙ୍କ ସହିତ ଟାଟା ଏସ୍‌ ଚାଳକଙ୍କର ବଚସା ହୋଇଥିଲା। ଟାଟା ଏସ୍‌ ଡ୍ରାଇଭର୍‌ ଜଣକ ନିଜ ସହଯୋଗୀଙ୍କୁ ଡକାଇ ସନ୍ତୋଷଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସନ୍ତୋଷଙ୍କଠାରୁ ଖବର ପାଇ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର୍‌ ଆସୋସିଏସନ୍‌ର ୩୦୦ରୁ ଅଧିକ ଚାଳକ ଗାଡ଼ି ସହ ଆସି ଖଣ୍ଡଗିରି ଥାନା ଆଗରେ ଧାରଣା ଦେଇଥିଲେ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.