Breaking News

ଅଣଶିକ୍ଷକମାନଙ୍କୁ ଅନୁଦାନ ଦାବିରେ ବିକ୍ଷୋଭ

୧୯୯୪ ଶିକ୍ଷାନୀତିକୁ ରଦ୍ଦ କରି ଶିକ୍ଷାନୀତି ୧୯୭୭ ଧାରା ୧୯୮୨ ଲାଗୁ କରି ବାଦ୍‌ ପଡ଼ିଥିବା ୬୬୨ ବର୍ଗ ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ...

ଭୁବନେଶ୍ବର: ୧୯୯୪ ଶିକ୍ଷାନୀତିକୁ ରଦ୍ଦ କରି ଶିକ୍ଷାନୀତି ୧୯୭୭ ଧାରା ୧୯୮୨ ଲାଗୁ କରି ବାଦ୍‌ ପଡ଼ିଥିବା ୬୬୨ ବର୍ଗ ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ଦାବିରେ ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୬୬୨ ବର୍ଗ ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ବିଭିନ୍ନ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ୬୬୨ ବର୍ଗ ପରିଚାଳନା କମିଟି ଦ୍ବାରା ଶିକ୍ଷାନୀତି ୧୯୭୭ ଧାରା ୧୯୮୨ ଅନୁସାରେ ନିଯୁକ୍ତି ପାଇ ୧୯୯୦/୧୯୯୧ ମସିହା ଠାରୁ  ଅଦ୍ୟାବଧି ସରକାରୀ ଅନୁଦାନାରୁ ବଞ୍ଚିତ ୨ୟ, ୩ୟ କିରାଣି, ମହିଳା ଆଟେଣ୍ଡାଣ୍ଟ, ରାତ୍ର ଜଗୁଆଳ, ଝାଡ଼ୁଦାରମାନଙ୍କ ସଂପର୍କରେ ପୂର୍ବ ସରକାର ଓ ବର୍ତ୍ତମାନର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛୁ।

ଏନେଇ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ସମସ୍ତ ପଦବିକୁ ଅନୁଦାନ ଦେବା ପାଇଁ ଦାବି ଉପସ୍ଥାପନ କରାଯାଇଛି। ତତ୍‌ସହିତ କିରାଣିମାନଙ୍କ ଗ୍ରେଡ ପେ ୧୯୦୦ରୁ ୪୨୦୦କୁ  ବଢ଼ାଇବାକୁ ଦାବି ରଖାଯାଇଥିଲା। କିନ୍ତୁ ଏଯାଏଁ ସରକାର ଦାବି ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। ତେଣୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଆଜିର ବିକ୍ଷୋଭରେ ସଭାପତି ବନମାଳି ପଟ୍ଟନାୟକ, ସୁଶାନ୍ତ କୁମାର ସାମନ୍ତରାୟ, ଜୟଚନ୍ଦ୍ର ଗୁରୁ, ସଞ୍ଜୟ କୁମାର ବିଶ୍ବାଳ ପ୍ରମୁଖ ନେତୃତ୍ବ ନେଇଥିଲେ।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.