ବାଣିଜ୍ୟ

ଅନୀଲ ଅମ୍ବାନୀଙ୍କ ବିରୁଦ୍ଧରେ ଆଉ ଏକ ଠକେଇ ମାମଲା ରୁଜୁ କଲା ସିବିଆଇ: ବ୍ୟାଙ୍କ ଅଫ ବରୋଦାର ସାଂଘାତିକ ଅଭିଯୋଗ

ପୁଣି ଏକ ଠକେଇ ଅଭିଯୋଗରେ ଫସିଲେ ଅନୀଲ ଅମ୍ବାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ହଟିବା ପରେ ତୁରନ୍ତ ଠକେଇ ଅଭିଯୋଗ ଆଣିଲା ବ୍ୟାଙ୍କ ଅଫ ବରୋଦା। ବିଳମ୍ବ ନ କରି ମାମଲା ରୁଜୁ କଲା ସିବିଆଇ। ଘର ଅଫିସ ସବୁଠାରେ ଚଢାଉ।

ନୂଆଦିଲ୍ଲୀ: ଆଉ ଏକ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ। ଏଥର ବ୍ୟାଙ୍କ ଅଫ ବରୋଦାର ଠକେ ଅଭିଯୋଗରେ ହୋଇଛି ମାମଲା। ୨୨୨୦ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ମାମଲାରେ ସିବିଆଇ ଆନୀଲ ଅମ୍ବାନୀ ଓ ତାଙ୍କ କମ୍ପାନୀ,ରିଲାଏନ୍ସ କମ୍ୟୁନିକେସନ୍ସ (RCOM)ବିରୋଧରେ ଠକେଇ ମାମଲା ରୁଜୁ କରିଛି।ଅନିଲ ଅମ୍ବାନୀ ଓ ତାଙ୍କ କମ୍ପାନୀ ୨୦୧୩ ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା (BoB)ସହିତ ୨,୨୨୦ କୋଟି ଟଙ୍କାରୁ ଅଧିକ ଠକେଇ କରିଛନ୍ତି ବୋଲି ସିବିଆଇ ଅଭିଯୋଗ କରିଛି।

ବ୍ୟାଙ୍କର ଅଭିଯୋଗ ପରେ,ଗୁରୁବାର ସିବିଆଇ ଅନିଲ ଅମ୍ବାନୀଙ୍କ ଘର ଏବଂ ରିଲାଏନ୍ସ କମ୍ୟୁନିକେସନ୍ସ କାର୍ଯ୍ୟାଳୟରେ ଚଢାଉ କରି ଋଣ କାରବାର ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଆଜି ସକାଳେ,ଏକ ପୃଥକ ମାମଲା ସହିତ ଜଡିତ ଅନିଲ ଅମ୍ବାନୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଥିଲେ। ତଦନ୍ତକାରୀ ସଂସ୍ଥା ତାଙ୍କୁ ପ୍ରାୟ ନଅ ଘଣ୍ଟା ଧରି ପଚରାଉଚରା କରିଥିଲା।

ସିବିଆଇ ଅନୁଯାୟୀ,ବ୍ୟାଙ୍କ ଅଫ୍ ବରୋଦାର ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇଥିଲା। ଅଭିଯୋଗ ହେଉଛି ଯେ ରିଲାଏନ୍ସ କମ୍ୟୁନିକେସନ୍ସ ବ୍ୟାଙ୍କରୁ ଋଣ ନେଇଥିଲା,କିନ୍ତୁ ପାଣ୍ଠିକୁ ସେମାନଙ୍କର ଉଦ୍ଦେଶ୍ୟ ପାଇଁ ବ୍ୟବହାର ନ କରି ନିଜର ହିଁ ଅନ୍ୟ ଏକ କମ୍ପାନୀକୁ ଜାଲିଆତି ଟ୍ରାଞ୍ଜାକ୍ସନ ଦେଖାଇ ଟ୍ରାନ୍ସଫର କରାଯାଇଥିଲା। ଏହି ହେରଫେର ଯୋଗୁ ବ୍ୟାଙ୍କ ଅଫ୍ ବରୋଦା ୨,୨୨୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି ବୋଲି ତଦନ୍ତରୁ ଜଣାପଡିଛି।

ପଢ଼ନ୍ତୁ- ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କୁ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି:ଦାମ୍ ୩,୩୧୭ କୋଟି ଟଙ୍କା

ଅଧିକାରୀଙ୍କ କହିବା ଅନୁଯାୟୀ,ଅନିଲ ଅମ୍ବାନୀଙ୍କ କମ୍ପାନୀର ଏହି ଆକାଉଣ୍ଟକୁ ୨୦୧୭ ମସିହାରେNPAଘୋଷଣା କରାଯାଇଥିଲା। ତଥାପି,ଅନିଲ ଅମ୍ବାନୀ ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ,ଯାହା ପରେ କୋର୍ଟ ଏହି ଆକାଉଣ୍ଟକୁ ଫ୍ରଡ ବୋଲି ଘୋଷଣା ଉପରେ ସ୍ଥଗିତ ରଖିଥିଲେ। ଏହାପରେସ୍ଥଗିତାଦେଶ ୨୩ ଫେବୃଆରୀ,୨୦୨୬ରେ ପ୍ରତ୍ୟାହାର କରାଯାଇଥିଲା। ସ୍ଥଗିତାଦେଶ ପ୍ରତ୍ୟାହାର ପରେ,ବ୍ୟାଙ୍କ ଅଫ୍ ବରୋଦା ଏକ ଅଭିଯୋଗ ଦାଖଲ କରିଥିଲା ଏବଂ ସିବିଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରିଥିଲା।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button