Breaking News

ଅନ୍ଧାରରେ ଅରବିନ୍ଦନଗର ଓ ତାରିଣୀବସ୍ତି: ବିଦ୍ୟୁତ୍ କାର୍ଯ୍ୟ‌ାଳୟ ସମ୍ମୁଖରେ ଧାରଣା

ପାଞ୍ଚ ଦିନ ହେଲା ଚନ୍ଦ୍ରଶେଖରପୁର ଅରବିନ୍ଦନଗର ଓ ତାରିଣୀବସ୍ତି ପାଇଁ ଉଦ୍ଦିଷ୍ଟ ସୁଲଭ ଆବାସିକ ପ୍ରକଳ୍ପର ଦୁଇ ଟାୱାର ଅନ୍ଧାରରେ ରହିଛି। ବକେୟା ବିଦ୍ୟୁତ୍ ବିଲ୍‌ ପଇଠ ହୋଇନଥିବାରୁ ଲାଇନ୍‌ କାଟି ଦିଆଯାଇଛି।

ଚନ୍ଦ୍ରଶେଖରପୁର: ପାଞ୍ଚ ଦିନ ହେଲା ଚନ୍ଦ୍ରଶେଖରପୁର ଅରବିନ୍ଦନଗର ଓ ତାରିଣୀବସ୍ତି ପାଇଁ ଉଦ୍ଦିଷ୍ଟ ସୁଲଭ ଆବାସିକ ପ୍ରକଳ୍ପର ଦୁଇ ଟାୱାର ଅନ୍ଧାରରେ ରହିଛି। ବକେୟା ବିଦ୍ୟୁତ୍ ବିଲ୍‌ ପଇଠ ହୋଇନଥିବାରୁ ଲାଇନ୍‌ କାଟି ଦିଆଯାଇଛି। ପ୍ରତିବାଦରେ ଆଜି ଶତାଧିକ ବସ୍ତିବାସିନ୍ଦା ଚନ୍ଦ୍ରଶେଖରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟାରେ ଶୀତ, କାକରରେ ଶତାଧିକ ମହିଳା ଓ ପୁରୁଷ ପିଲାଛୁଆଙ୍କୁ ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ। ପୁଲିସ ଧାରଣାସ୍ଥଳକୁ ଆସି ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ। ଧାରଣାରେ ବସିଥିବା ଲୋକଙ୍କ କହିବା କଥା ସେମାନଙ୍କୁ ବସ୍ତିରୁ ନୂଆକରି ଏହି ପ୍ରକଳ୍ପକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ଯେଉଁମାନେ ଏଠାରେ ଥିଲେ, ସେମାନେ ବକେୟା ବିଲ୍‌ ପଇଠ ନ କରି ପଳାଇଛନ୍ତି। ଏବେ ବିଦ୍ୟୁତ୍ ବିଭାଗ ବକେୟା ବିଲ୍‌ ଆଦାୟ କରିବାକୁ ଯାଇ ଲାଇନ୍‌ କାଟିଛି। ଫଳରେ ସେମ‌ାନେ ୫ଦିନ ହେଲା ଅନ୍ଧାରରେ ବଡ଼ କଲବଲ ହେଉଛନ୍ତି। ଯେଉଁ ଅଧିକାରୀମାନେ ପୂର୍ବ ବାସିନ୍ଦାଙ୍କୁ ହଟାଇ ସେମାନଙ୍କୁ ନୂଆ କରି ଥଇଥାନ କରିଛନ୍ତି, ସେମାନେ ବକେୟା ବିୁଦ୍ୟୁତ୍ ବିଲ୍‌ ସମସ୍ୟା ବୁଝିବା କଥା। କିନ୍ତୁ ସେମାନେ କିଛି ନ ବୁଝି ଅନ୍ୟର ବିଲ୍‌ ସେମାନଙ୍କ ଉପରେ ଲଦି ଦେଇଛନ୍ତି। ସେମାନଙ୍କୁ ନୂଆ ଉପଭୋକ୍ତା କରାଯିବା ପରେ ସେମାନେ ବିଲ୍‌ ପଇଠ କରିବେ ବୋଲି ଦାବି କରିଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.