ଓଡିଶାଜିଲ୍ଲା

ଅଫିସ୍ ଭିତରେ ପଶି RIଙ୍କୁ ମାଡ଼, ଭିତରୁ ଘୋଷାଡ଼ି ଆଣି ଛେଚି ଚାଲିଲେ ବ୍ୟକ୍ତି

ଅଫିସରେ ପଶି RIଙ୍କୁ ପିଟିଲେ। ଘୋଷାଡି ଘୋଷାଡି ମାଡ଼ ମାରିଲେ ଜଣେ ଯୁବକ। CCTVରେ କଏଦ ହେଲା RIଙ୍କୁ ମାଡ଼ ମରାଯିବାର ଦୃଶ୍ୟ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା RI କାର୍ଯ୍ୟାଳୟରେ।

ଚାନ୍ଦବାଲି: ଅଫିସରେ ପଶି RIଙ୍କୁ ପିଟିଲେ। ଘୋଷାଡି ଘୋଷାଡି ମାଡ଼ ମାରିଲେ ଜଣେ ଯୁବକ। CCTVରେ କଏଦ ହେଲା RIଙ୍କୁ ମାଡ଼ ମରାଯିବାର ଦୃଶ୍ୟ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା RI କାର୍ଯ୍ୟାଳୟରେ। କୌଣସି କାରଣରୁ RIଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଆରଆଇ ତାପସ ରଞ୍ଜନ ଜେନାଙ୍କୁ ସେ ଅତର୍କିତ ଆକ୍ରମଣ କରିଥିଲେ l

ଅଫିସ୍ ଭିତରେ ପସି RI ବା ରାଜସ୍ବ ନୀରିକ୍ଷକଙ୍କୁ ମାଡ଼ …. ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ ବ୍ୟକ୍ତି …. । ଏପରି କି ଅଫିସ ଭିତରୁ ବାହରକୁ ଘୋଷାଡ଼ି ଆଣି ମାଡ଼ ମାରି ଚାଲିଲେ ବ୍ୟକ୍ତି ।… ସିସିଟିଭିରେ ରେକର୍ଡ ହୋଇଛି ଏହି ଦୃଶ୍ୟ । ଆର ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗାଁର ସୁବାସ ଦାସ ନାମକ ଜଣେ ଯୁବକ ଆରଆଇ ଅଫିସକୁ ଆସିଥିଲେ।

ଅଭିଯୁକ୍ତକୁ ଖୋଜୁଛି ପୋଲିସ

ସୁବାସ ତାଙ୍କର କୌଣସି ଏକ ଜମିଜମା ସଂପର୍କିତ କାର୍ଯ୍ୟ କରିବାକୁ RI ଙ୍କୁ କହିଥିଲେ । ଯାହାକୁ ନେଇ ଆର ଆଇ ତାପସ ରଞ୍ଜନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ରାଗିଯାଇ ସୁବାସ RIଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ଏଥିରେ ସେଠାରେ ଥିବା ଲୋକ ହସ୍ତକ୍ଷେପ କରି RIଙ୍କୁ ମାଡ଼ରୁ ବଞ୍ଚାଇଥିଲେ। ଏଭଳି କାଣ୍ଡ ଘଟାଇଥିବା ଯୁବକଙ୍କୁ ପୋଲିସ ଖୋଜାଖୋଜି କରୁଥିବା ବେଳେ ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ଆର ଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନ୍ୟାୟ ପାଇଁ ଆର ଆଇ ଚାନ୍ଦବାଲି ଥାନା ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଚାନ୍ଦବାଲି ଏସ୍ଡିପିଓ କହିଛନ୍ତି ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ l ଚାନ୍ଦବାଲି ତହସିଲଦାର କହିଛନ୍ତି ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ l

କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ନ୍ୟାୟିକ ବ୍ୟବସ୍ଥାରେ କଠୋର ଦଣ୍ଡ ବ୍ୟବସ୍ଥା ଅଛି ବୋଲି ଆଇନଜୀବୀ ମତ ରଖିଛନ୍ତି l ଘଟଣା ନେଇ ସ୍ଥାନୀୟ ଲୋକ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣାର ବିଧିବଦ୍ଧ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button