Breaking News

ଅମାନିଆ ହେଇ ପଛେ ଜରିମାନା ଦବୁ; ଭୁଲ୍‌ ଓଡ଼ିଆ ନେଖିକିରି କ’ଣ ବା ପାଇବୁ…!

ତମେ ଯେତେ ଭାଉ ଭାଉ ହବା କଥା ହଉଥାଅ। ଆମକୁ ସେଥିରେ କିଛି ବି ଯା‌ଏ ଆସେ ନାହିଁ। ଆମେ ଆମ ମର୍ଜିର ମାଲିକରେ ବାପ...! ତାଛଡ଼ା ଏ ସରକାର ଗୋଟେ କୋଉ ନୋକରେ ନୋକ ଯେ, ଆମେ ତାଙ୍କ କଥା ଶୁଣିମୁ।

ଭୁବନେଶ୍ବର: ତମେ ଯେତେ ଭାଉ ଭାଉ ହବା କଥା ହଉଥାଅ। ଆମକୁ ସେଥିରେ କିଛି ବି ଯା‌ଏ ଆସେ ନାହିଁ। ଆମେ ଆମ ମର୍ଜିର ମାଲିକରେ ବାପ…! ତାଛଡ଼ା ଏ ସରକାର ଗୋଟେ କୋଉ ନୋକରେ ନୋକ ଯେ, ଆମେ ତାଙ୍କ କଥା ଶୁଣିମୁ। କ’ଣ ନା ଇଂରାଜୀ ନୁହେଁ; ଓଡ଼ିଆରେ ଫଳକ ନେଖ। ମୋର ଆମ ସରକାରଙ୍କୁ ବାସ୍‌ ଗୋଟିଏ ପ୍ରଶ୍ନ। ତମ ଓଡ଼ିଆ ଠିକ୍‌ ଅଛି ଟି? ଯଦି ଅଛି, ଇଏ ବାଟଘାଟରେ ଯୋଉ ଭୁଲ୍‌ ବନାନରେ ଫଳକ ସବୁ ଲାଗିଛି ତାକୁ କିଏ ନଗେଇଛି। ତମେ ଇମିତି କର୍ମଚାରୀ ସବୁ ନିୟୋତିକ କରୁଛ ଯେ ସେ ଆମ ଭାଷାର ବାର୍‌ ବଜେଇ ଦଉଛନ୍ତି। ଏବେକାର ଫଳକରେ ଯେ ଖାଲି ଭୁଲ୍‌ଭାଲ୍‌ ଲେଖା ହଉଛି ତା ନୁହେଁ, ବହୁ ପୁରୁଣା ନେଖାଗୁଡ଼ିକ ଉପରେ ବି କେତେବେଳେ କିମିତି ତମ ଆଖି ପଡ଼ିଥବ।

ଭୋବନେଶ୍ବର, ଆଚାର୍ଯ୍ୟ ଭିହାର, ଭରଷା, ଶାଢ଼ୀ ଇମିତି ବନାନ ପଲ ପଲ ରାସ୍ତାରେ ମିଳିଯିବ। ଆରେ ବାବୁ ଆଗ ତାକୁ ସଜାଡ଼। ତା’ପରେ ଆମକୁ ଏ ଜରିମାନା ଧମକ ଦବ। ଆଚ୍ଛା ଠିକ୍‌ ଅଛି, ଆମେ ଯଦି ଆମ ଦୋକାନ ଆଗରେ ଓଡ଼ିଆ ନଲେଖି ଇଂରାଜୀ ଲେଖୁ ତେବେ ଜରିମାନା ଦେବୁ। ତାହାଲେ ଯୋଉ ଭୁଲ୍‌ଗୁଡ଼ା ସରକାରଙ୍କ ଅଧୀନରେ ହେଉଛି ତା’ ପାଇଁ କିଏ ଜରିମାନା ଦେବ? ଏ ସ୍ବର ଆମର ନୁହେଁ, ହଜାର ହଜାର ଦୋକାନୀଙ୍କର। ଯେଉଁମାନଙ୍କୁ ସରକାର ସେମାନଙ୍କ ଦୋକାନ ସମ୍ମୁଖୀରେ ଓଡ଼ିଆ ଫଳକ ଲଗାଇବା ପାଇଁ ବ‌ାରମ୍ବାର କହୁଛନ୍ତି।

ଯଦି ନାମ ଫଳରେରେ ୬୦ ପ୍ରତିଶତ ଓଡ଼ିଆ ନରୁହେ ତେବେ ଦୋକାନୀଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ସରକାର ନୋଟିସ୍‌ ଜାରି କରିବା ପରେ ତାହାକୁ ‌ନେଇ ଆମର ଏ କାର୍ଟୁନ। ଦିହକୁ ନେବେନି।

 

 

ସୌଜନ୍ୟ – ସମ୍ବାଦ

Comments are closed.