Breaking News

ଅମିତ ଶାହ-ଇପିଏସ୍‌ ‌ବୈଠକ: ଏଆଇଡିଏମ୍‌କେ-ବିଜେପି ମେଣ୍ଟ ସମ୍ଭାବନା

ଏଆଇଡିଏମ୍‌କେ ଓ ବିଜେପି ମଧ୍ୟରେ ପୁଣି ମେଣ୍ଟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଆଇଡିଏମ୍‌କେ ସାଧାରଣ ସଂପାଦକ ଇ କେ ପଲାନିସ୍ବାମୀ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

ନୂଆଦିଲ୍ଲୀ: ଏଆଇଡିଏମ୍‌କେ ଓ ବିଜେପି ମଧ୍ୟରେ ପୁଣି ମେଣ୍ଟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା  ଆରମ୍ଭ ହୋଇଛି। ଏଆଇଡିଏମ୍‌କେ  ସାଧାରଣ ସଂପାଦକ ଇ କେ ପଲାନିସ୍ବାମୀ ଆଜି  ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।  ଏହି ଆଲୋଚନା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ତେବେ  ତାମିଲନାଡ଼ୁର ଆଇନଶୃଙ୍ଖଳା ସ୍ଥିତି ଓ ଦୁର୍ନୀତି  ପ୍ରସଙ୍ଗ ନେଇ ପଲାନିସ୍ବାମୀ ଶାହଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ ଅଚାନକ ଶାହ-ପଲାନିସସ୍ବାମୀ ଆଲୋଚନା ହୋଇଥିବାରୁ ପୁଣିଥରେ ଉଭୟ ଦଳ ମେଣ୍ଟ ନିମନ୍ତେ ପଥ ପ୍ରସ୍ତୁତ କରୁଛନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ୨୦୧୯ରେ ବିଜେପି ଓ ଏଆଇଡିଏମ୍‌କେ ମଧ୍ୟରେ ମେଣ୍ଟ ହୋଇଥିଲା। ତେବେ ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ କେ ଆନ୍ନାମଲାଇଙ୍କୁ ନେଇ ଦୁଇ ଦଳ ମଧ୍ୟରେ ମତପାର୍ଥକ୍ୟ ଘଟିଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେପ୍ଟମ୍ବର ୨୦୨୩ରେ ଏଆଇଏଡିଏମ୍‌କେ ଏନ୍‌ଡିଏରୁ ଅଲଗା ହୋଇଯାଇଥିଲା। ଏହାପରେ ନିଜେ ଅମିତ ଶାହ ସାଧାରଣ ନିର୍ବାଚନର ପ୍ରଚାର ସମୟରେ ଏଆଇଡିଏମ୍‌କେକୁ ପୁଣିଥରେ ଏନ୍‌ଡିଏକୁ ଫେରିଆସିବାକୁ ଖୋଲା ନିମନ୍ତ୍ରଣ ଦେଇଥିଲେ। କିନ୍ତୁ ଏଥିରେ ଦୁଇଦଳ ମଧ୍ୟରେ ଥିବା ମତପାର୍ଥକ୍ୟର ସମାଧାନ ହୋଇପାରିନଥିଲା। ବିରୋଧୀ ଡିଏମ୍‌କେ ନେତୃତ୍ବାଧୀନ ଇଣ୍ଡି-ମେଣ୍ଟ ୪୦ଟି ସଂସଦୀୟ ଆସନରୁ ୪୦ଟି ଆସନରେ ଜିତିଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.