Breaking News

ଅର୍ଥ ସୂତ୍ର: ବିନା ପାନ୍‌କାର୍ଡରେ ଜାଣନ୍ତୁ ସିବିଲ୍‌ ସ୍କୋର୍‌

କ୍ରେଡିଟ୍‌ ଇନ୍‌ଫର୍‌ମେସନ୍‌ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍‌ ବା ‘CIBIL’ ଋଣଧାରକଙ୍କୁ ସେମାନଙ୍କ କ୍ରେଡିଟ୍‌ ସ୍କୋର୍‌ ପ୍ରଦାନ କରିଥାଏ। ସାଧାରଣତଃ ସିବିଲ୍‌ ସ୍କୋର୍‌ ଯାଞ୍ଚ ପାଇଁ ପାନ୍‌ କାର୍ଡ ନିହାତି ଆବଶ୍ୟକ। ଆପଣ କ୍ରେଡିଟ୍‌ ବ୍ୟୁରୋକୁ ସିଧାସଳଖ ଯୋଗାଯୋଗ...

କ୍ରେଡିଟ୍‌ ଇନ୍‌ଫର୍‌ମେସନ୍‌ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍‌ ବା ‘CIBIL’ ଋଣଧାରକଙ୍କୁ ସେମାନଙ୍କ କ୍ରେଡିଟ୍‌ ସ୍କୋର୍‌ ପ୍ରଦାନ କରିଥାଏ। ସାଧାରଣତଃ ସିବିଲ୍‌ ସ୍କୋର୍‌ ଯାଞ୍ଚ ପାଇଁ ପାନ୍‌ କାର୍ଡ ନିହାତି ଆବଶ୍ୟକ। ଆପଣ କ୍ରେଡିଟ୍‌ ବ୍ୟୁରୋକୁ ସିଧାସଳଖ ଯୋଗାଯୋଗ କରି ଅଥବା ତାଙ୍କ ୱେବ୍‌ସାଇଟ୍‌କୁ ଯାଇ ପାନ୍‌ କାର୍ଡ ବିନା କ୍ରେଡିଟ୍‌ ସ୍କୋର ଯାଞ୍ଚ କରିପାରିବେ। ପାନ୍‌ କାର୍ଡ ବ୍ୟବହାର ତୁଳନାରେ ଏହି ପ୍ରକ୍ରିୟା ଟିକିଏ ଅଧିକ ସମୟ ନେଇପାରେ। କିଛି ମୋବାଇଲ୍‌ ଆପ୍‌ କ୍ରେଡିଟ୍‌ ବ୍ୟୁରୋ ସହିତ ସହଭାଗୀ ହୋଇ ଉପଭୋକ୍ତାମାନଙ୍କୁ ସେମାନଙ୍କର କ୍ରେଡିଟ୍‌ ସ୍କୋର୍‌ ଯାଞ୍ଚ କରିବାକୁ ଅନୁମତି ଦେଇଥାନ୍ତି। ପରିଚୟ ଯାଞ୍ଚ ପାଇଁ ଏହି ଆପ୍‌ଗୁଡ଼ିକ ପାନ୍‌ କାର୍ଡର ବିକଳ୍ପ ସ୍ବରୂପ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍‌ ଗ୍ରହଣ କରନ୍ତି।

 କେଉଁ ଉପାୟ ଆପଣାଇବେ?
 କ୍ରେଡିଟ୍‌ ସ୍କୋର୍‌ ପାଇଁ ଆବେଦନ କରିବାକୁ ହେଲେ ପାନ୍‌ କାର୍ଡ ବଦଳରେ ପାସ୍‌ପୋର୍ଟ, ଭୋଟର୍‌ ଆଇଡି, ଡ୍ରାଇଭିଂ ଲାଇସେନ୍‌ସ ଭଳି ବିକଳ୍ପ ପରିଚୟ ପତ୍ର ବ୍ୟବହାର କରିପାରିବେ, ଯାହାକି ଆପଣଙ୍କ ନାମ, ଜନ୍ମ ତାରିଖ ଓ ଠିକଣା ପରି ମୌଳିକ ସୂଚନା ପାଇଁ ବ୍ୟବହୃତ ହେବ।
 ପାନ୍‌ କାର୍ଡ ବିନା ସ୍କୋର୍‌ ଯାଞ୍ଚ ପାଇଁ କ୍ରେଡିଟ୍‌ ବ୍ୟୁରୋର ସାଧାରଣତଃ ଗୋଟିଏ ବିଭାଗ ଥାଏ। ତେଣୁ, ଆପଣଙ୍କୁ ନିଜ ବିବରଣୀ ଓ ପରିଚୟ ପ୍ରମାଣ ଦେବାକୁ ପଡ଼ିବ।
 ଯାଞ୍ଚ୍‌ କରିବେ କେମିତି?
 ପ୍ରଥମେ ଅଫିସିଆଲ୍ CIBIL ୱେବ୍‌ସାଇଟ୍‌କୁ ଯାଆନ୍ତୁ ଏବଂ  ‘ଗେଟ୍ ୟୋର୍ ଫ୍ରି ସିବିଲ୍ ସ୍କୋର୍’ ଅପ୍‌ସନ୍‌ରେ ‘ପର୍ସନାଲ୍ CIBIL ସ୍କୋର୍’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଆପଣ https://myscore.cibil.com/CreditView/enrollShort_new.page?enterprise=CIBIL ଏହି ଲିଙ୍କ୍‌କୁ ସିଧାସଳଖ ଯାଇପାରିବେ।
 ତା’ପରେ ଆପଣଙ୍କ ଇମେଲ୍ ଆଇଡି ଦିଅନ୍ତୁ ଏବଂ ଏକ ସୁରକ୍ଷିତ ପାସ୍‌ୱର୍ଡ ଦେଇ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରନ୍ତୁ।
 ଆପଣଙ୍କର ସମ୍ପୂର୍ଣ୍ଣ ନାମ ଦିଅନ୍ତୁ ଏବଂ ପାନ୍ କାର୍ଡ ସ୍ଥାନରେ ପାସ୍‌ପୋର୍ଟ, ଭୋଟର୍ ଆଇଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ପରି ବିକଳ୍ପ ପରିଚୟପତ୍ର ଚୟନ କରନ୍ତୁ।
 ଜନ୍ମ ତାରିଖ ଓ ପିନ୍‌ କୋଡ୍‌ ଦେବା ପରେ ଆପଣଙ୍କ ରାଜ୍ୟ ଚୟନ କରନ୍ତୁ। ଏହାପରେ ଆପଣଙ୍କର ମୋବାଇଲ୍‌ ନମ୍ବର୍‌ ଦିଅନ୍ତୁ ଏବଂ ‘ଆକ୍‌ସେପ୍ଟ ଓ କଣ୍ଟିନ୍ୟୁ’ ଉପରେ କ୍ଲିକ୍‌ କରନ୍ତୁ।
 ତା’ପରେ ଆପଣ ଏକ OTP ପାଇବେ। ଏହାକୁ ଏଣ୍ଟର୍‌ କରି ‘କଣ୍ଟିନ୍ୟୁ’ ଅପ୍‌ସନ୍ ଉପରେ କ୍ଲିକ୍‌ କରନ୍ତୁ।
 ତା’ପରେ ଆପଣ ଡିଭାଇସ୍‌କୁ ଖାତା ସହିତ ଯୋଡ଼ିବାକୁ ଚାହୁଛନ୍ତି କି ବୋଲି ଏକ ବିକଳ୍ପ ଆସିବ। ଏହାକୁ କ୍ଲିକ୍‌ କରିବା ପରେ ଆପଣ ସଫଳତାର ସହ ଏନ୍‌ରୋଲ୍‌ଡ ହେବେ।
 ୟୁଜର୍‌ ନେମ୍‌ ଓ ପାସ୍‌ୱର୍ଡ ସହିତ ଲଗ୍‌ଇନ୍‌ କରନ୍ତୁ, ‘ଗୋ ଟୁ ଡ୍ୟାସ୍‌ବୋର୍ଡ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣ ଆପଣଙ୍କ ସିବିଲ୍‌ ସ୍କୋର୍‌ ଦେଖିପାରିବେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.