Breaking News

ଅର୍ଥ ସୂତ୍ର: ବିବାହ ବୀମା ଜରୁରି କାହ‌ିଁକି?

ଏବେ ବିବାହ ଋତୁ ଚାଲିଛି। ବାହାଘରକୁ ବ୍ୟବସ୍ଥିତ କରିବା ପାଇଁ ଆଜିକାଲି ଲୋକେ ବୀମା ବା ଇନ୍‌ସୁରାନ୍‌ସ୍ କରୁଛନ୍ତି। ବାହାଘର ବୀମା କଥା ଶୁଣିଲେ ବୟସ୍କ ଲୋକଙ୍କୁ ଅଜବ ଲାଗିପାରେ, ହେଲେ ଏହା ଆଜି ଦିନରେ ଜରୁରି ହୋଇଗଲାଣି।

ଏବେ ବିବାହ ଋତୁ ଚାଲିଛି। ବାହାଘରକୁ ବ୍ୟବସ୍ଥିତ କରିବା ପାଇଁ ଆଜିକାଲି ଲୋକେ ବୀମା ବା ଇନ୍‌ସୁରାନ୍‌ସ୍ କରୁଛନ୍ତି। ବାହାଘର ବୀମା କଥା ଶୁଣିଲେ ବୟସ୍କ ଲୋକଙ୍କୁ ଅଜବ ଲାଗିପାରେ, ହେଲେ ଏହା ଆଜି ଦିନରେ ଜରୁରି ହୋଇଗଲାଣି। ବିବାହ ବୀମା ହେଉଛି ଏକ ପ୍ରକାର ସ୍ୱତନ୍ତ୍ର ଇଭେଣ୍ଟ ପଲିସି, ଯାହା ବିବାହ ଉତ୍ସବ ବାତିଲ୍‌ କିମ୍ବା କୌଣସି ଅଘଟଣ ଜଡ଼ିତ ଆର୍ଥିକ କ୍ଷତିର ଭରଣା କରିଥାଏ। ଏହା ଜରିଆରେ ଗ୍ରାହକଙ୍କୁ କମ୍ପାନି ନିଶ୍ଚିତ କରେ ଯେ ବୀମାଭୁକ୍ତ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନଟି ସମ୍ପୂର୍ଣ୍ଣ ରୂପେ ଉଦ୍‌ବେଗଶୂନ୍ୟ ଓ ଚାପମୁକ୍ତ ରହିବ। ବିବାହ ବାତିଲ ହେଲେ କିମ୍ବା କୌଣସି ଦୁର୍ଘଟଣା ଘଟିଲେ କମ୍ପାନି ଏହା ଜନିତ କ୍ଷତିର ଭରଣା କରିଥାଏ। ସେହିପରି ବିବାହ ବେଳେ ଯଦି କିଛି ଝଗଡ଼ା ହୁଏ କିମ୍ବା ଅଗ୍ନିକାଣ୍ଡ ହୁଏ, ବାତ୍ୟା, ସୁନାମି ପରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଅଥବା ଦଙ୍ଗା, କର୍ଫ୍ୟୁ (ସ୍ଥାନୀୟ ପୁଲିସ ବା ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଘୋଷିତ) ହୁଏ, ତେବେ ବୀମାଧାରୀଙ୍କୁ କମ୍ପାନି କ୍ଷତିପୂରଣ ଦେଇଥାଏ। ବିବାହ ବେଳେ ବରକନ୍ୟା କିମ୍ବା ସେମାନଙ୍କ ରକ୍ତ ସମ୍ପର୍କୀୟ (ପିତାମାତା, ଭାଇ, ଭଉଣୀ)ଙ୍କ ମୃତ୍ୟୁ କିମ୍ବା ଦୁର୍ଘଟଣା ଘଟେ ତେବେ କମ୍ପାନି ଆବଶ୍ୟକତା ଅନୁଯାୟୀ କ୍ଷତିପୂରଣ ଦେଇଥାଏ। ଏହି ଭରଣା କେବ‌ଳ ବିବାହ ସମୟର ଅଘଟଣ ଲାଗି କାର୍ଯ୍ୟକାରୀ ହୋଇଥାଏ।

କିନ୍ତୁ ବୀମାଧାରୀ (ବର, ବରର ପରିବାର, ସମ୍ପର୍କୀୟ ଓ ବନ୍ଧୁ) ଓ ଇଭେଣ୍ଟ ସହିତ ଜଡ଼ିତ ଅନ୍ୟ କୌଣସି ବ୍ୟକ୍ତିଙ୍କ ମଧ୍ୟରେ କିମ୍ବା ବୀମାଭୁକ୍ତ ବର, ବରର ସମ୍ପର୍କୀୟଙ୍କ ଆଇନଗତ ବିବାଦ, ସରକାରୀ ମାମଲା, ସମନ ଇତ୍ୟାଦି ଯୋଗୁଁ ଯଦି ବିବାହ ବାତିଲ ହୋଇଥାଏ, ତେବେ ଏହା ବୀମା ପରିସରଭୁକ୍ତ ହେବନାହିଁ। ବୀମା ପ୍ରିମିୟମ୍‌ର ପରିମାଣ ଓ ପ୍ରକାର ଉପରେ କ୍ଷତିପୂରଣ ନିର୍ଭର କରେ। ସାଧାରଣତଃ ଏକ ଭାରତୀୟ ବିବାହରେ ବୀମାରାଶି ୫ ଲକ୍ଷରୁ ନେଇ ୨୦ ଲକ୍ଷ ପର୍ଯ୍ୟନ୍ତ ରହିଥାଏ। ଏଥିରେ ବିବାହ ସ୍ଥାନ, ସାଜସଜ୍ଜା, ପୋଷାକ, କ୍ୟାଟ୍‌ରିଂ, ଅଳଙ୍କାର, ଫଟୋଗ୍ରାଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବୀମା ପରିସରଭୁକ୍ତ। ବୀମାର ଅବଧି ୭ ଦିନ ରହିଥାଏ।

 

 

 

 

ସୌଜନ୍ୟ -ସମ୍ୱାଦ

Comments are closed.