Breaking News

ଅଳିଆ ପକାଇବାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ଅଳିଆ ପକାଇବାକୁ ନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁର କଣ୍ଡରା ସାହି ଏବଂ ଓଡ଼ିଆ ଆଲପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗାଁ ଲୋକେ ଠେଙ୍ଗା ଧରି ପରସ୍ପରକୁ ପିଟିବା ସହ ପଥର ମାଡ଼ କରିଛନ୍ତି...

ଗଞ୍ଜାମ: ଅଳିଆ ପକାଇବାକୁ ନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁର କଣ୍ଡରା ସାହି ଏବଂ ଓଡ଼ିଆ ଆଲପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗାଁ ଲୋକେ ଠେଙ୍ଗା ଧରି ପରସ୍ପରକୁ ପିଟିବା ସହ ପଥର ମାଡ଼ କରିଛନ୍ତି । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି ।

ବୁଧବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଯଣାରେ ଓଡ଼ିଆ ଆଲପୁର ଗାଁର ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଉତ୍ୟକ୍ତ ଲୋକେ ଗୋଟିଏ ବାଇକକୁ ଭଙ୍ଗାରୁଜା କରିଛନ୍ତି। ଏହା ସହିତ କେତେକ ପଥରମାଡ଼ରେ କିଛି ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି।

ବୁଧବାର ରାତିରେ ପଥରା କଣ୍ଡରା ସାହିର କିଛି ଲୋକେ ଟ୍ରାକ୍ଟରରେ ଅଳିଆ ଆବର୍ଜନା ଆଣି ଓଡ଼ିଆ ଆଲପୁର ଗାଁରେ ପାଖରେ ପକାଇଥିଲେ। ଓଡ଼ିଆ ଆଲପୁର ଗାଁ ଲୋକେ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ଗାଁର ଲୋ‌କଙ୍କ ମଧ୍ୟରେ  ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଖବର ପାଇ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଟିମ୍ ଗାଁରେ ମୁତୟନ ହୋଇ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

 

 

 

 

 

 

ସୌଜନ୍ୟ – ସମ୍ୱାଦ

Comments are closed.