Breaking News

ଅସଲି ବ୍ରାଣ୍ଡରେ ଚାଲିଥିଲା ନକଲି ଚା’ପତି କାରବାର । ଚଢ଼ଉ କରି ଜବତ କଲା ପୋଲିସ

ଅସଲି ବ୍ରାଣ୍ଡରେ ଚାଲିଥିଲା ନକଲି ଚା’ ପତି କାରବାର । ଚଢ଼ଉ କରି ବିପୁଳ ପରିମାଣର ନକଲି ଚା’ ଜବତ କଲା ପୋଲିସ । ଅଟୋ ପାର୍ଟସ ବ୍ୟବସାୟ ନାମରେ ଚାଲିଥିଲା ନକଲି ଚା ବ୍ୟବସାୟ । ଟାଟା କମ୍ପାନୀର ବ୍ରାଣ୍ଡକୁ ନକଲ କରି ଦୀର୍ଘ ୧୫ ବର୍ଷ ବେପାର କରୁଥିଲେ ଜଳେଶ୍ୱର ଅଗ୍ରୱାଲା ଛକରେ ଥିବା ଚିକୁ ଅଟୋ ପାର୍ଟର ମାଲିକ ରାମଚନ୍ଦ୍ର ଭୁୟାଁ ।

କନକ ବ୍ୟୁରୋ: ଅସଲି ବ୍ରାଣ୍ଡରେ ଚାଲିଥିଲା ନକଲି ଚା’ ପତି କାରବାର । ଚଢ଼ଉ କରି ବିପୁଳ ପରିମାଣର ନକଲି ଚା’ ଜବତ କଲା ପୋଲିସ । ଅଟୋ ପାର୍ଟସ ବ୍ୟବସାୟ ନାମରେ ଚାଲିଥିଲା ନକଲି ଚା ବ୍ୟବସାୟ । ଟାଟା କମ୍ପାନୀର ବ୍ରାଣ୍ଡକୁ ନକଲ କରି ଦୀର୍ଘ ୧୫ ବର୍ଷ ବେପାର କରୁଥିଲେ ଜଳେଶ୍ୱର ଅଗ୍ରୱାଲା ଛକରେ ଥିବା ଚିକୁ ଅଟୋ ପାର୍ଟର ମାଲିକ ରାମଚନ୍ଦ୍ର ଭୁୟାଁ । ଆଗରେ ଚିକୁ ଅଟୋ ପାର୍ଟସ ସାଇନ ବୋର୍ଡ ଲାଗିଥିଲା ଆଉ ଭିତରେ ଚାଲିଥିଲା ନକଲି ଚା କାରବାର । ଚିକୁ ଟାଟା କମ୍ପାନୀ ସହିତ ସମ୍ରାଟ ଗୋଲ୍ଡ, ସିଗ୍ମା ପ୍ରିମିୟମ, ଗୋଲ୍ଡ ଗାର୍ଡେନ ଫ୍ରେସ, ଅଜନ୍ତା ଗୋଲ୍ଡ ନାମକ ନାମି ଦାମୀ କମ୍ପାନୀର ଷ୍ଟିକର ଲଗାଇ କରୁଥିଲେ ବ୍ୟବସାୟ । ତେବେ ନକଲି ଚା କାରବାର ଉପରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ସନ୍ଧ୍ୟାରେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ସହିତ ଜଳେଶ୍ୱର ପୋଲିସ ଏହି ନକଲି କମ୍ପାନୀ ଉପରେ ଚଢାଉ କରିଥିଲେ । ବିପୁଳ ପରିମାଣରେ ଅସଲି ବ୍ରାଣ୍ଡ ଥିବା ନକଲି ଚା ପ୍ୟାକେଟ, ନକଲି ପତି, ଷ୍ଟିକର, ପ୍ୟାକେଟିଂ ମେସିନ ଜବତ କରିଛି ପୋଲିସ । ନକଲି କମ୍ପାନୀର ମାଲିକ ସ୍ଥାନୀୟ ବଜାରରୁ ଶସ୍ତା ଦରରେ ଖୋଲା ଚା ପତି କିଣି ଅସଲି ବ୍ରାଣ୍ଡର ଷ୍ଟିକର ଲଗାଇ ସ୍ଥାନୀୟ ବଜାରରେ ଦୋକାନୀ ମାନଙ୍କୁ ବିକ୍ରି କରୁଥିଲେ ।

ସୌଜନ୍ୟ-କନକ

Comments are closed.