Breaking News

ଅସ୍ଥାୟୀ କର୍ମଚାରୀଙ୍କ ଦରମା ପ୍ରାୟ ୨୫% ବୃଦ୍ଧି

ଭୁବନେଶ୍ୱର,୧୩ା୩ (ରବିନାରାୟଣ ଜେନା)ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି। ଏଥିରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି ଯେ, ଅର୍ଥ ବିଭାଗର ୨୦୧୨ ସଂକଳ୍ପର ସଂଶୋଧନ ୨୦୧୮ରେ ହୋଇଥିଲା। ସେତେବେଳକୁ ଓଆର୍‌ଏସ୍‌ପି ନିୟମ -୨୦୧୭ ଲାଗୁ ହୋଇସାରିଥିଲା। ମାତ୍ର ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ ଦରମା ବୃଦ୍ଧି ପାଇଁ ହୋଇଆସୁଥିବା ଦାବିକୁ ସରକାର ଯତ୍ନର ସହ ବିଚାରକରି ସେମାନଙ୍କ ମାସିକ ପାରିଶ୍ରମିକ ମୂଳ ଦରମାର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଅସ୍ଥାୟୀ କର୍ମଚାରୀ ତାଙ୍କ ପ୍ରଥମ ବର୍ଷରେ ମାସିକ ୮,୦୭୦ ଟଙ୍କା ପାରିଶ୍ରମିକ ପାଉଥିଲେ। ଏବେ ସେମାନେ ୧୦ହଜାର ୯୦ ଟଙ୍କା ମାସିକ ପାଇବେ। ଦ୍ୱିତୀୟ ବର୍ଷର କର୍ମଚାରୀଙ୍କ ପାରିଶ୍ରମିକ ୮,୪୮୦ ଟଙ୍କାରୁ ୧୦ହଜାର ୬୦୦ ଟଙ୍କା କରାଯାଇଛି। ସେହିପରି ତୃତୀୟ ବର୍ଷ ଲାଗି ୧୧,୧୪୦, ଚତୁର୍ଥ ବର୍ଷ ପାଇଁ ୧୧,୭୦୦, ପଞ୍ଚମବର୍ଷ ନିମନ୍ତେ ୧୨,୨୯୦, ଷଷ୍ଠ ବର୍ଷ ଲାଗି ୧୨,୯୧୦, ୭ମ ବର୍ଷ ପାଇଁ ୧୩,୫୬୦, ଅଷ୍ଟମ ବର୍ଷ ପାଇଁ ୧୪,୨୫୦, ୯ମ ବର୍ଷ ଲାଗି ୧୪,୯୬୦, ୧୦ମ ବର୍ଷ ଚାକିରିଆଙ୍କ ପାଇଁ ୧୫, ୭୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ୧୧ ବର୍ଷ ଲାଗି ୧୬,୫୦୦ ଟଙ୍କା, ୧୨ ବର୍ଷ ପାଇଁ ୧୭,୩୩୦, ୧୩ ବର୍ଷ ଲାଗି ୧୮,୨୦୦, ୧୪ ବର୍ଷ ନିମନ୍ତେ ୧୯,୧୧୦, ୧୫ ବର୍ଷ ଲାଗି ୨୦,୦୭୦, ୧୬ ବର୍ଷ ପାଇଁ ୨୧,୦୯୦, ୧୭ ବର୍ଷ ଲାଗି ୨୨,୧୫୦, ୧୮ ବର୍ଷ ନିମନ୍ତେ ୨୩,୨୬୦, ୧୯ ବର୍ଷ ପାଇଁ ୨୪,୪୩୦, ୨୦ ବର୍ଷ ଲାଗି ୨୫,୬୫୦, ୨୧ ବର୍ଷ ନିମନ୍ତେ ୨୬,୯୪୦, ୨୨ ବର୍ଷ ଲାଗି ୨୮,୨୯୦ ଏବଂ ୨୩ ବର୍ଷର ଚାକିରିଆଙ୍କ ନିମନ୍ତେ ୨୯ହଜାର ୭୧୦ ଟଙ୍କା ପାରିଶ୍ରମିକ ସ୍ଥିର କରାଯାଇଛି।

 

 

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.