Breaking News

ଆଇପିଏଲ୍‌ରେ ତମାଖୁ, ମଦ ବିଜ୍ଞାପନ ଉପରେ କଟକଣା ରଖିବାକୁ କହିଲେ ସରକାର

ସମସ୍ତ ପ୍ରକାର ତମାଖୁ ଓ ମଦ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି। ଷ୍ଟାଡିୟମ୍‌ ଭିତରେ ଏବଂ ସିଧାପ୍ରସାରଣ ସମୟରେ ଜାତୀୟ ଟିଭି...

ନୂଆଦିଲ୍ଲୀ: ସମସ୍ତ ପ୍ରକାର ତମାଖୁ ଓ ମଦ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି। ଷ୍ଟାଡିୟମ୍‌ ଭିତରେ ଏବଂ ସିଧାପ୍ରସାରଣ ସମୟରେ ଜାତୀୟ ଟିଭି ଚ୍ୟାନେଲ୍‌ରେ ଏହାକୁ ନ ଦେଖାଇବାକୁ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁଥିବା ବିଶ୍ବର ସବୁଠୁ ଧନି ଏହି କ୍ରିକେଟ୍‌ ଲିଗ୍‌ ଆରମ୍ଭ ପୂର୍ବରୁ ସରକାର ଏଭଳି କହିଛନ୍ତି। ସମସ୍ତ ମ୍ୟାଚ୍‌ ଏବଂ ଏହା ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକରେ ତମାଖୁ ଓ ମଦ୍ୟପାନ ଉତ୍ପାଦ ବିକ୍ରିକୁ ନିଷେଧ କରିବାକୁ ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ସିଂହ ଧୁମାଲଙ୍କୁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍‌ଏସ୍‌) ଚିଠି ଲେଖି ଏଭଳି ଅନୁରୋଧ କରିଛନ୍ତି।

ଏହି ଚିଠିରେ ସେ ଭାରତରେ ହୃଦରୋଗ, କର୍କଟ, ଫୁସ୍‌ପୁସ ଜନିତ, ମଧୁମେହ, ରକ୍ତଚାପ ଭଳି ଅଣସଂକ୍ରାମକ ରୋଗ (ଏନ୍‌ସିଡିଏସ୍‌) ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ବର୍ଷକୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ଏହି ସବୁ କାରଣ ପାଇଁ ମରୁଛନ୍ତି ବୋଲି ଉଲ୍ଲେଖ ରହିଛି। ତମାଖୁ ଓ ମାଦକଦ୍ରବ୍ୟ ଏନ୍‌ସିଡିଏସ୍‌ର ପ୍ରମୁଖ କାରଣ। ତମାଖୁ ଜନିତ ମୃତ୍ୟୁରେ ଆମେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛେ। ଆଇପିଏଲ୍‌ ଦେଶର ବଡ଼ କ୍ରୀଡ଼ା ପ୍ଲାଟଫର୍ମ ହୋଇଥିବାରୁ ଆଗେଇ ଆସି ତମାଖୁ ଓ ମଦ ବିଜ୍ଞାପନଠୁ ଦୂରେଇ ରହିବା ସହ ସାର୍ବଜନୀନ ସ୍ବାସ୍ଥ୍ୟ ପ୍ରତି ଦାୟିତ୍ବବାନ ହୋଇ ସରକାରଙ୍କୁ ସମର୍ଥନ କରୁ ବୋଲି ଡିଜିଏଚ୍‌ଏସ୍‌ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.