Breaking News

ଆଇପିଏଲ : ଦିଲ୍ଲୀକୁ ୧୨ ରନରେ ହରାଇଲା ମୁମ୍ବାଇ

Categories : ଖେଳ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୨୦୬ ରନର ଲକ୍ଷ୍ୟ ଜବାବରେ ଦିଲ୍ଲୀ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କରୁଣ ନାୟାର ୮୯ ରନ କରିଥିବାବେଳେ ଅଭିଷେକ ପୋରେଲ ୩୩ ରନ କରିଥିଲେ । ମୁମ୍ବାଇ ପକ୍ଷରୁ କର୍ଣ୍ଣ ଶର୍ମା ୩ଟି ଓ ମିଚେଲ ସାଣ୍ଟନର ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୫ ରନ କରିଥିଲା । ରୋହିତ ଶର୍ମା ଓ ରିୟାନ ରିକେଲଟନ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ ରୋହିତ ଶର୍ମା ମାତ୍ର ୧୮ ରନ କରି ଆଉଟ ହୋଇଥିବାବେଳେ ରିକେଲଟନ ୪୧ ରନ କରିଥିଲେ । ତେବେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ତିଳକ ଲଢୁଆ ବ୍ୟାଟିଂ କରି ୫୯ ରନ କରିଥିବାବେଳେ ସୂର୍ଯ୍ୟକୁମାର ୪୦ ରନ କରିଥିଲେ । ସେହିପରି ନମନ ଧୀର ୩୮ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ କୂଳଦୀପ ଯାଦବ ଓ ବିପ୍ରାଜ ନିଗମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.