Breaking News

ଆଉ ଏକ ଯୁଦ୍ଧ ଆଶଙ୍କା: ତାଇୱାନ ପରିସ୍ଥିତି ବଦଳିଲା, ଚୀନ୍‌ ପକ୍ଷରୁ ପ୍ରସ୍ତୁତି

ଚୀନ୍ ଏବଂ ତାଇୱାନ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଲାଇ ଚିଙ୍ଗ-ତେ ତାଇୱାନର ରାଷ୍ଟ୍ରପତି ହେବା ପରେ ଆମେରିକା ସହ ତାଇୱାନର ସମ୍ପର୍କ ମଜବୁତ ହୋଇଛି। ଚୀନ୍ ଏହାକୁ ବାରମ୍ବାର ବିରୋଧ କରି ତାଇୱାନ ଅଞ୍ଚଳରେ ଏହାର ଉପସ୍ଥିତି ବୃଦ୍ଧି କରିବାକୁ ଚେତାବନୀ ଦେଉଛି...

ବେଜିଂ/ତାଇପେଇ: ଚୀନ୍ ଏବଂ ତାଇୱାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତାଇୱାନ ବୁଧବାର କହିଛି ଯେ, ଗତ ୨୪ଘଣ୍ଟା ମଧ୍ୟରେ ତାଇୱାନ ନିକଟରେ ୫୩ଟି ଚୀନ୍ ସାମରିକ ବିମାନ ଏବଂ ୧୯ ଟି ଜାହାଜ ଚିହ୍ନଟ କରାଯାଇଛି। ତାଇୱାନ ନିକଟରେ ଏତେ ସଂଖ୍ୟକ ସାମରିକ ବିମାନର ଆଗମନ ବେଜିଂ ଦ୍ୱାରା ବର୍ଷ ବର୍ଷ ଧରି ଚାଲିଆସୁଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ସାମୁଦ୍ରିକ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ବୁଧବାର ଦିନ ୨୪ ଘଣ୍ଟା ମଧ୍ୟରେ ସକାଳ ୬ ଟା ପର୍ଯ୍ୟନ୍ତ ୧୧ଟି ଯୁଦ୍ଧ ଜାହାଜ ସହିତ ବିମାନ ଏବଂ ଜାହାଜ ତାଇୱାନର ଆକାଶ ସୀମା ଏବଂ ଜଳ ‌କ୍ଷେତ୍ରରେ ଦେଖାଯାଇଥିଲା।
ପୂର୍ବ ଚୀନ୍ ସାଗର, ତାଇୱାନ ଷ୍ଟ୍ରାଇଟ୍, ଦକ୍ଷିଣ ଚୀନ୍ ସାଗର , ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ନେଇ ଚୀନ୍ ସାମରିକ କିମ୍ବା ଚୀନ୍ ରାଜ୍ୟ ଗଣମାଧ୍ୟମ ପକ୍ଷରୁ କୌଣସି ବିବୃତି ପ୍ରଦାନ କରାଯାଇ ନାହିଁ।

ତେବେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମଙ୍ଗଳବାର କହିଥି‌ଲେ, ଯେ ଚୀନ୍ ତାଇୱାନକୁ ଏହାର ଅଞ୍ଚଳ ବୋଲି ବିବେଚନା କରୁଛି ଏବଂ ଏହାର ସାର୍ବଭୌମତ୍ୱକୁ ରକ୍ଷା କରିବାକୁ କହିଛି।

ଏହାର ଗୋଟିଏ ଦିନ ପରେ ଚୀନ୍‌ର ସର୍ବାଧିକ ସଂଖ୍ୟକ ବିମାନ ଚିହ୍ନଟ ହୋଇଛି । ଏହାପୂର୍ବରୁ, ଅକ୍ଟୋବର ୧୫ ରେ ଏକ ରେକର୍ଡ ସଂଖ୍ୟକ ୧୫୩ବିମାନ ରିପୋର୍ଟ ହୋଇଥିଲା ଯେତେବେଳେ ତାଇୱାନ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେ ଜାତୀୟ ଦିବସ ଅଭିଭାଷଣର ଉତ୍ତରରେ ଚୀନ୍ ବଡ଼ ଆକାରର ସାମରିକ ଅଭ୍ୟାସ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ, ତାଇୱାନର ଆକାଶ ସୀମାରେ ୪୭ଟି ଚୀନ୍ ବିମାନ ଏବଂ ଦ୍ୱୀପ ନିକଟରେ ୧୨ଟି ଚୀନ୍ ଯୁଦ୍ଧ ଜାହାଜ ଦେଖିବାକୁ ମିଳିଛି।ବେଜିଂ କହିଛି , ଚୀନ୍ ତଥାକଥିତ ପ୍ରଥମ ଆଇସଲ୍ୟାଣ୍ଡ୍ ଚେନ୍ ସହିତ ଓକିନାୱା, ତାଇୱାନ ଏବଂ ଫିଲିପାଇନ୍ସକୁ ସଂଯୋଗ କରୁଥିବା ପ୍ରାୟ ୯୦ଟି ଜାହାଜ ନିୟୋଜିତ କରିଛି। ଏହା ବେଜିଂର ସର୍ବ ବୃହତ ସାମୁଦ୍ରିକ ଅଭ୍ୟାସ ବୋଲି ଚୀନ୍ କହିଛି।

ଲାଇ ଚିଙ୍ଗ-ତାଇୱାନର ରାଷ୍ଟ୍ରପତି ହେବା ପରେ ଆମେରିକା ସହିତ ତାଇୱାନର ସମ୍ପର୍କ ମଜବୁତ ହୋଇଛି। ଚୀନ୍ ଏହାକୁ ବାରମ୍ବାର ବିରୋଧ କରି ତାଇୱାନ ଅଞ୍ଚଳରେ ଏହାର ଉପସ୍ଥିତି ବୃଦ୍ଧି କରିବାକୁ ଚେତାବନୀ ଦେଉଛି।

ସୌଜନ୍ୟ-ସମ୍ୱାଦ

Comments are closed.