Breaking News

ଆଉ କେତେ ମୁଣ୍ଡ ଗଡ଼ିଲେ ପ୍ରଶାସନ ଚେତିବ?

ରାଇରଙ୍ଗପୁର ଗ୍ରାମ ଉନ୍ନୟନ ସଂସ୍ଥାର କର୍ମଚାରୀଙ୍କ ନିମନ୍ତେ ସରକାରୀ ବାସଗୃହ ରାଇରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୨ ବାଇଦାପୋଷିଠାରେ ଅଛି। ସରକାରୀ ବାସଭବନରେ ବାମନଘାଟୀ ଉପଖଣ୍ଡର ଗ୍ରାମ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ସେଠାରେ ତାଙ୍କ ପରିବାର ସହିତ ରୁହନ୍ତି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ବାରମ୍ବାର ଦୂର୍ଘଟଣା ପରେ ବି ପ୍ରଶାସନର ନିଦ ଭାଙ୍ଗୁନାହିଁ। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ରାଇରଙ୍ଗପୁରସ୍ଥିତ ଘରଠାରୁ ମାତ୍ର ୩ ଶହ ମଟର ଦୂରରେ ବାଘୁଆ ମହୁମାଛିମାନେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।

ରାଇରଙ୍ଗପୁର ଗ୍ରାମ ଉନ୍ନୟନ ସଂସ୍ଥାର କର୍ମଚାରୀଙ୍କ ନିମନ୍ତେ ସରକାରୀ ବାସଗୃହ ରାଇରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୨ ବାଇଦାପୋଷିଠାରେ ଅଛି। ସରକାରୀ ବାସଭବନରେ ବାମନଘାଟୀ ଉପଖଣ୍ଡର ଗ୍ରାମ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ସେଠାରେ ତାଙ୍କ ପରିବାର ସହିତ ରୁହନ୍ତି। ତେବେ ସେହି କଲୋନି ପରିସରରେ ଦୁଇଟି ବିଶାଳକାୟ ଗଛରେ ବାଘୁଆ ମହୁମାଛିଙ୍କ ୫୦ରୁ ଅଧିକ ବସା ଅଛି, ଯାହାଫଳରେ ଅଧିକାଂଶ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ କର୍ମଚାରୀମାନେ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥାନ୍ତି।

ତେବେ ବର୍ଷେ ପୂର୍ବରୁ ସେହି ବିଭାଗର କନିଷ୍ଠଯନ୍ତ୍ରୀ ରୂପକୁମାର ମୁଣ୍ଡା ସରକାରୀ ବାସଭବନର ଛାତ ଉପରେ ଥିବା ସମୟରେ ଏକା ସହିତ ମହୁମାଛି ଏକ ହନୁ ମାଙ୍କଡ ଆକ୍ରମଣ କରିବାରୁ ସେ ଭୟରେ ନିଜ ଜୀବନକୁ ବଂଚାଇବାକୁ ଯାଇ ଛାତ ଉପରୁ ତଳକୁ ଡେଇଁପଡିଥିଲେ। ତାଙ୍କ ଜୀବନ ବଂଚିଯାଇଥିଲା କିନ୍ତୁ ତାଙ୍କର ଗୋଟିଏ ଗଡ଼ ଭାଙ୍ଗିଯିବାରୁ ଗୁରୁତର ଆହତ ହୋଇଥିଲେ।ସେହିପରି ଅନ୍ୟ କର୍ମଚାରୀମାନେ ମହୁମାଛିଙ୍କ ଆକ୍ରମଣରୁ ଶିକାର ହୋଇ ଆହତ ହୋଇଥିବା ଅଭିଯୋଗ ହେଉଛି।

ଗତ ୨୯ ଡିସେମ୍ବରରେ ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ ଓ ଜଣେ ଠିକାଦାର ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛିଙ୍କ ଆକ୍ରମଣ ଫଳରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମୁର୍ମୁଙ୍କ ମୃତ୍ୟୁ ଘଟିଥିବା ବେଳେ ଠିକାଦାର ଜଣକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।

ତେବେ ଏ ସମ୍ବନ୍ଧରେ ଗ୍ରାମଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ପୂର୍ବରୁ ମଧ୍ୟ କଲୋନି ପରିସରରେ ଥିବା ଗଛ ଗୁଡିକ କାଟିବା ପାଇଁ ବନବିଭାଗକୁ ଚିଠି କରିଥିଲୁ କିନ୍ତୁ ସେମାନେ କାଟୁନାହାଁନ୍ତି। ତେବେ ଉକ୍ତ ଘଟଣା ଘଟିବାପରେ ପୁଣିଥରେ ବନବିଭାଗକୁ ଗଛକାଟିବା ପାଇଁ ଅନୁରୌଦ କରିଛୁ। କେବେ କାଟିବେ ତାହା ଦେଖିବାକୁ ବାକି ରହିଲା। ପୌରପରିଷଦର ୱାର୍ଡ ନଂ ୨ ବାଇଦାପୋଷିର କାଉନସିଲର୍ ଶୁକଦେବ ବେହେରା ମଧ୍ୟ ଯଥାଶୀଘ୍ର ଉକ୍ତ ଗଛ ଗୁଡିକୁ କଟାଗଲେ ସେଠାରେ ଆଉ ମହୁମାଛି ବସା ବାନ୍ଧି ନପାରି ପଳାଇବେ ବୋଲି କହିଛନ୍ତି । ଏଣୁ ଯଥାଶିଘ୍ର ଗଛ କଟାଯାଉ ବୋଲି ଦାବି କରିଛନ୍ତି। ନହଲେ ଅକାରଣରେ ପୁଣି କାହାର ଜୀବନ ଚାଲିବାର ସମ୍ଭାବନା ରହିଛି ।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.