Breaking News

ଆଉ ୨ଦିନ ବର୍ଷା, ଘଡ଼ଘଡ଼ି: ଏସବୁ ଜିଲାକୁ ସତର୍କ ସୂଚନା…

ଭୁବନେଶ୍ୱର,୨୪।୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ହେଉଛି। ତେବେ ଆସନ୍ତା ୨ଦିନ ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।

ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ିର ଆଶଙ୍କା ରହିଛି। ଏହିସବୁ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିପାରେ। ସେହିପରି ୩୦ରୁ ୪୦ କି.ମି. ବେଗରେ ପବନ ସହ ଘଡ଼ଘଡ଼ି ଓ ବିଜୁଳି ପାଇଁ କଟକ, ଜଗତ୍‌ସିଂହପୁର, ଅନୁଗୋଳ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।

 

 

 

 

 

ସୌଜନ୍ୟ- ଧରିତ୍ରୀ

Comments are closed.