Breaking News

ଆକାଶରେ ଘୋଟି ଆସିଲାଣି କଳା ବାଦଲ, ଆଇପିଏଲ ଉଦଘାଟନୀ ମ୍ୟାଚରେ ଗ୍ରହଣ ଲଗାଇବ କି ବର୍ଷା ?

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ମହାଯୁଦ୍ଧ । କୋଲକାତା ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଆଇପିଏଲର ଉଦଘାଟନୀ ମ୍ୟାଚ୍ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଉତ୍ସାହ ଥିବାବେଳେ ମ୍ୟାଚ୍ କେତେବେଳେ ଆରମ୍ଭ ହେବ ତାକୁ ଅପେକ୍ଷା କରିଛନ୍ତି । ଘଣ୍ଟା କଣ୍ଟାର ସମୟ ଠିକ୍ ୭ଟାରେ ଆରମ୍ଭ ହେବ ଚଳିତ ସିଜିନର ପ୍ରଥମ ମ୍ୟାଚ୍ । ଆଇପିଏଲ ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିୟନ କେକେଆର ସହ ରୟାଲ ଚ୍ୟାଲେଞ୍ଜ ବେଙ୍ଗଲୁରୁ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଉଭୟ ଟିମର ପ୍ରଶଂସକ ମ୍ୟାଚକୁ ଉପଭୋଗ କରିବାକୁ ଅପେକ୍ଷା କରିଛନ୍ତି ।

ମାତ୍ର ମ୍ୟାଚ୍ ଆରମ୍ଭରୁ ଆଇପିଏଲକୁ ନାଲି ଆଖି ଦେଖାଇଲାଣି ବର୍ଷା । ଷ୍ଟାଡିୟମ ଆକାଶରେ କଳା ବାଦଲ ଘୋଟିଥିବା ଦେଖିବାକୁ ମିଳିଲାଣି । ଖରାପ ପାଗ ପାଇଁ ପ୍ରଥମ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.