ଆକ୍ସନରେ ଭଦ୍ରକ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନ୍କାଉଣ୍ଟର

ଭଦ୍ରକ ୧୬।୧୨ : ଭଦ୍ରକରେ ପୋଲିସର ଏନ୍କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନ୍କାଉଣ୍ଟର କରିଛି ଭଦ୍ରକ ପୋଲିସ । ଯେଉଁଥିରେ ଅପରାଧୀ ବୁଦ୍ଧିଆ ଗୁରୁତର ହୋଇଛି । ଏହାପରେ ସ୍ଥାନୀୟ ପୋଲିସ ବୁଦ୍ଧିଆଙ୍କୁ ମେଡିକାଲରେ ଭର୍ତ୍ତି କରିଛି।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ପୋଲିସ ଏନ୍କାଉଣ୍ଟର କରିଛି। ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ମାଲଗୋଦାମ ନିକଟରେ ପୋଲିସ-ବୁଦ୍ଧିଆ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ପୋଲିସ ଉପରକୁ ବୁଦ୍ଧିଆ ୪ ରାଉଣ୍ଡ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା । ଯେଉଁଥିରେ ବୁଦ୍ଧିଆ ଗୁରୁତର ହୋଇଥିଲେ । ଏହାପରେ ବୁଦ୍ଧିଆକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁଦ୍ଧିଆକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବୁଦ୍ଧିଆ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୪ରୁ ଅଧିକ ଲୁଟ୍ ଓ ଗୁଳିକାଣ୍ଡ ମାମଲା ରହିଛି । ତେବେ ଏହି ଏନ୍କାଉଣ୍ଟର ସମୟରେ ବୁଦ୍ଧିଆର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ।
ସୌଜନ୍ୟ ସମ୍ବାଦ



