Breaking News

ଆଜିଠୁ ଭାଲେଣ୍ଟାଇନ୍‌ ସପ୍ତାହ: ଗୋଲାପ କହିବ ମନର କଥା, ଏଥର ଫୁଲ ବଦଳରେ ଗୋଲାପ ଗଛ

ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ସପ୍ତାହ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି। କିନ୍ତୁ କିଛି ବର୍ଷ ହେବ ଆମ ଦେଶରେ ଏହା ବିସ୍ତାର ଲାଭ କରିସାରିଛି। ପ୍ରେମୀ ଯୁଗଳଙ୍କ ଠାରୁ ଆରମ୍ଭ କରି ଅନେକ ଯୁବକ ଯୁବତୀ ଏହି ପ୍ରେମ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି।

ଭୁବନେଶ୍ୱର: ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ସପ୍ତାହ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି। କିନ୍ତୁ କିଛି ବର୍ଷ ହେବ ଆମ ଦେଶରେ ଏହା ବିସ୍ତାର ଲାଭ କରିସାରିଛି। ପ୍ରେମୀ ଯୁଗଳଙ୍କ ଠାରୁ ଆରମ୍ଭ କରି ଅନେକ ଯୁବକ ଯୁବତୀ ଏହି ପ୍ରେମ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ଗୋଲାପ ଦିବସ ଭାବେ ପାଳନ କରାଯାଏ। ପ୍ରେମୀ ଯୁଗଳ ପରସ୍ପରକୁ ଗୋଲାପ ଦେଇ ନିଜର ମନ କଥା କହିଥାନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ। ତେବେ ଏହି ଦିନ ଅବିବାହିତମାନେ  ହଳଦିଆ, ଧଳା, ଗୋଲାପୀ ରଙ୍ଗର ଗୋଲାପ ଦେଇ ଏକ ନୂଆ ବନ୍ଧୁତ୍ୱ ସ୍ଥାପନ କରିବେ। ଗୋଲାପ ଫୁଲ ସହିତ ଗିଫ୍ଟ ଓ କାର୍ଡ କିଣି ନିଜର ମନ କଥା ପ୍ରକାଶ କରିବାକୁ ବିଭିନ୍ନ ପାର୍କ, ମାର୍କେଟ୍ ଓ କଲେଜ ପରିସରରେ ପ୍ରେମୀ ଯୁଗଳଙ୍କ ମେଳି ଜମିବ। ହାତରେ ହାତଛନ୍ଦି ବୁଲିବା, ପାର୍କରେ ଗୋଲାପ ଦିଆନିଆ, ହୋଟେଲ୍‌ରେ ଏକାଠି ଖାଇବା, ବାଇକ୍‌ରେ ବୁଲି ସମୟ କାଟିବେ ପ୍ରେମୀ ଯୁଗଳ।

ଯଦିଓ ଗୋଲାପ ଫୁଲରୁ ପ୍ରେମର ଆରମ୍ଭ ହୋଇଥାଏ। ତେବେ ଏହା କିଛି ଦିନ ପରେ ମଉଳି ଯାଏ। ହେଲେ ଫୁଲ ବଦଳରେ ଗୋଲାପ ଗଛଟିଏ ଉପହାର ଦେଲେ ସମ୍ପର୍କ ସବୁବେଳେ ସୁଦୃଢ଼ ରହେ। ସେଥିପାଇଁ ବକୁଳ ଫାଉଣ୍ଡେସନ ପକ୍ଷରୁ ଫୁଲ ବଦଳରେ ଫୁଲ ଗଛ ଉପହାର ଦେବାପାଇଁ  ପ୍ରୟାସ କରାଯାଉଛି। ଫୁଲ ଗଛ ଯେତେ ବଢ଼ିବ ନିଜର ପ୍ରିୟଜନଙ୍କ ସ୍ମୃତି ସେତେ ଉଜ୍ଜୀବିତ ହୋଇ ରହିବ ବୋଲି ଏହାର ପ୍ରତିଷ୍ଠାତା ସୁଜିତ ମହାପାତ୍ର ମତ ପ୍ରକାଶ କରିଛନ୍ତି।

ଇଣ୍ଟରନେଟ୍‌ରେ ଭାଇରାଲ ମିମ୍‌ସ
ଗୋଟେ ପଟେ ପ୍ରେମୀ ଯୁଗଳ ଗୋଲାପରୁ ପ୍ରେମ ଦିବସ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅବିହାହିତମାନେ ସାମାଜିକ ଗଣମାଧ୍ୟମରେ ମିମ୍‌ସର ବର୍ଷା କରୁଛନ୍ତି। ‘ଆଜି ରୋଜ୍‌ ଡେ ପାଇଁ ଖୁସ୍‌ ହୋଇ କରି ଦୁକାନ ଗଲି, ତା’ ପରେ ମନେ ପଡ଼ିଲା ମୋର ପ୍ରେମିକା ନାହିଁ’, ‘ଫେବ୍ରୁଆରି ଦୁଃଖର ମହିମା, କାହାକୁ କହିମା’ ଭଳି ମିମ୍‌ସ ଏବେ ଭାଇରାଲ୍‌ ହେବାରେ ଲାଗିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.