Breaking News

ଆଜିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

0

ମେଷ: ବ୍ୟବସାୟ ସମ୍ବନ୍ଧରେ ନୂଆ ଲୋକଙ୍କ ସହିତ ମିଶିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ବରିଷ୍ଠ ନେତା ଆପଣଙ୍କ କାମର ପ୍ରଶଂସା କରିବେ। ପିଲା ଆପଣଙ୍କୁ ଭଲ ଖବର ଦେବେ।

ବୃଷ: ନୂଆ ଲୋକଙ୍କ ସହିତ ଟିକେ ଧୈର୍ଯ୍ୟଧାରଣ କରି ରହିବା ଦରକାର। ନିଜକୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ। ଅଧ୍ୟୟନ ପ୍ରତି ଏକାଗ୍ରତାରେ କିଛି କମି ଆସିପାରେ। ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ।  ‌

ମିଥୁନ: ଆପଣଙ୍କର ଇଚ୍ଛା କୌଣସି ନୂଆ କାମ ପ୍ରତି ହୋଇପାରେ। ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡ଼ି ପାରନ୍ତି। ପ୍ରେମୀ ଯୁଗଳ କୌଣସି ଭଲ ଜାଗାକୁ ବୁଲି ଯିବେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ‌

କର୍କଟ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବାପା ମାଆଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ମନୋରଂଜନ ପାଇଁ ବାହାରକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ‌

ସିଂହ: ସରକାରୀ କାମରେ କୌଣସି ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପିଲାଙ୍କ ପ୍ରତି ଆପଣଙ୍କ ସ୍ବଭାବ ନରମ ରହିବ। ଆପଣଙ୍କୁ ବ୍ୟବସାୟରେ ନୂଆ ଅର୍ଡ଼ର ମିଳିବ। ପ୍ରେମ ଜୀବନ ସୁଖଦ ହେବ।‌

କନ୍ୟା: ଆପଣଙ୍କୁ କିଛି କାମରେ ସଫଳତା ମିଳିପାରେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। କୌଣସି ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ।

ତୁଳା: ନକାରାତ୍ମକ ଚିନ୍ତା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। କୌଣସି କାମରେ ଭାଇ ଭଉଣୀର ସହଯୋଗ ପାଇବେ। କୌଣସି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।

ବିଛା: ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। ଅର୍ଡ଼ର ସପ୍ଲାଇଙ୍କୁ ଭଲ ଗ୍ରାହକ ମିଳିବାର ସମ୍ଭାବନା। ପଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତ ହୋଇପାରେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ଧନୁ: ବାପା ମାଆଙ୍କ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଭଲ ଖବର ପାଇବେ। ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ଅବସର ମିଳିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।

ମକର: ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଲୋକଙ୍କର  ଆୟ ଭଲ ହେବ। ଆପଣଙ୍କର ଦୀର୍ଘ ଦିନର ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ପ୍ରତିଷ୍ଠାରେ ବୃଦ୍ଧି ଆଣିବା ଲାଗି ମଉକା ପାଇବେ। କ୍ରିକେଟ ଖେଳାଳୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଜୀବନସାଥୀ ସହିତ ତାଳମେଳ ବଜାୟ ରହିବ। ଘରକୁ କେହି ବନ୍ଧୁ ଆସିବେ।

ମୀନ: ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ଭାଗୀଦାରି ସହିତ ରାତ୍ରିଭୋଜନ ପାଇଁ କାର୍ଯ୍ୟକ୍ରମ ବନାଇବେ। ବେପାରରେ ଉନ୍ନତି ହେବ। ଗାୟକଙ୍କୁ ମଞ୍ଚରେ ପ୍ରଦର୍ଶନ ପାଇଁ ସୁଯୋଗ ମିଳିପାରେ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.