Breaking News

ଆଜି ଓ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୂରଭଞ୍ଜରେ ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ।

ବାରିପଦା: ମୟୂରଭଞ୍ଜରେ ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି। ଉକ୍ତ ସମୟରେ ଅଭୟାରଣ୍ୟ ମଧ୍ୟକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି। ଉକ୍ତ ସମୟରେ ଅଭୟାରଣ୍ୟ ମଧ୍ୟକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରବଳ ବର୍ଷା କାରଣରୁ ଗତ ବର୍ଷ ଅକ୍ଟୋବର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଏବେ ଏହାକୁ ୨୮ ତାରିଖ ଯାଏ ବଢ଼ାଇ ଦିଆଯାଇଥିଲା। ଶିମିଳିପାଳର ପାହାଡ଼ିଆ ମାଟି ରାସ୍ତାରେ ପର୍ଯ୍ୟଟକଙ୍କ ଯାତାୟାତ ବେଳେ କୌଣସି ଅଘଟଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.