Breaking News

ଆଜି ଗର୍ଭଣା ସଂକ୍ରାନ୍ତି, ଚାଷୀ ପରିବାରରେ ଉତ୍ସାହ

ଗର୍ଭଣା ସଂକ୍ରାନ୍ତି ସୁଦ୍ଧା ସବୁ ଧାନ କ୍ଷେତରେ ଥୋଡ ଆସିଯାଏ ବୋଲି ବିଶ୍ୱାସ ରହିଛି। ପ୍ରତିଟି ଚାଷୀ ଘରେ ଏହାକୁ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏହାକୁ କାଠି ପୋତା ସଂକ୍ରାନ୍ତି, ଓଲଗିଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ...

0

ଯାଜପୁର: `ଆଗେ ବୁଣ, ପଛେ ବୁଣ ଗର୍ଭଣାକୁ ଟୁଣଟୁଣ ‘। ଏହି ଲୋକକଥା ଆଜି ବି ଉଦ୍‌ଜୀବିତ ଅଛି। ଆଜିର ଦିନ ଗର୍ଭଣା ସଂକ୍ରାନ୍ତି ସୁଦ୍ଧା ସବୁ ଧାନ କ୍ଷେତରେ ଥୋଡ ଆସିଯାଏ ବୋଲି ବିଶ୍ୱାସ ରହିଛି।  ପ୍ରତିଟି ଚାଷୀ ଘରେ ଏହାକୁ ଉଲ୍ଲାସର ସହ ପାଳନ କରାଯାଇଥାଏ।

ଏହାକୁ କାଠି ପୋତା ସଂକ୍ରାନ୍ତି, ଓଲଗିଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ପୁରୁଣା ସମୟରୁ ପ୍ରଚଳିତ ପରମ୍ପରା ଅନୁସାରେ ଆଜିର ଦିନରେ ଘାଣ୍ଟ ତରକାରୀ କରାଯାଇଥାଏ।

ଯାହାକି ଏବେ ଆଧୁନିକତା ତଥା ସମୟ ସ୍ରୋତରେ ଧୀରେ ଧୀରେ ହଜି ଯିବାକୁ ବସିଲାଣି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.