Breaking News

ଆଜି ପ୍ରମିଜ୍‌ ଡେ’: ଚିରଦିନ ସାଥୀ ରହିବାକୁ କଥା ଦେବେ ପ୍ରେମୀଯୁଗଳ

ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ ପ୍ରମିଜ୍‌ ଡେ’ ସବୁ ପ୍ରେମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ ଭାବେ ବିବେଚନା କରାଯାଏ। ଆଜିର ଦିନରେ ସବୁ ପ୍ରେମୀଯୁଗଳ ଚିରଦିନ ସାଥୀ ହୋଇ ରହିବା ଏବଂ ଭଲପାଇବା ବଜାୟ ରଖିବା ପାଇଁ ଶପଥ କରିଥାନ୍ତି।

ଭୁବନେଶ୍ୱର: ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ ପ୍ରମିଜ୍‌ ଡେ’ ସବୁ ପ୍ରେମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ ଭାବେ ବିବେଚନା କରାଯାଏ। ଆଜିର ଦିନରେ ସବୁ ପ୍ରେମୀଯୁଗଳ ଚିରଦିନ ସାଥୀ ହୋଇ ରହିବା ଏବଂ ଭଲପାଇବା ବଜାୟ ରଖିବା ପାଇଁ ଶପଥ କରିଥାନ୍ତି। ତେବେ ଏହି  ଦିବସ କେବଳ ଯୁବଗୋଷ୍ଠୀ ପାଳନ କରନ୍ତି ନାହିଁ। ସ୍ବାମୀ-ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସାରା ଜୀବନ ନିଜ ସଂପର୍କକୁ ବଜାୟ ରଖିବା ଓ ସତେଜ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି। ପ୍ରମିଜ ଡେ’ ପାଇଁ ବଜାର ମଧ୍ୟ ସରଗରମ ହୋଇପଡ଼ିଛି। ପ୍ରମିଜ୍ ବ୍ୟାଣ୍ଡ, ମୁଦି, ଚକ୍‌ଲେଟ୍‌ ସହିତ ‘ମିଷ୍ଟର’ ଓ ‘ମିସେସ’ ଏବଂ ‘କିଙ୍ଗ’ ଓ ‘କୁଇନ’ ଲେଖାଥିବା ଟି’ ସାର୍ଟ କିଣିବାକୁ ବିଭିନ୍ନ ଦୋକାନ, ମଲ୍‌ ଆଦିରେ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରେମୀଯୁଗଳମାନେ ନିରୋଳାରେ ଟିକିଏ ସମୟ ବିତାଇବା ପାଇଁ ଜାଗା ବାଛି ସାରିଲେଣି। କିଏ ସମୁଦ୍ର କୂଳ ଆଡ଼େ ଯିବା ପାଇଁ ଯୋଜନା କରିଛି ତ କିଏ ସହର ଭିତରେ କିଛି ପସନ୍ଦର ସ୍ଥାନ ବାଛିଛି। ରେସ୍ତୋରାଁ, ହୋଟେଲ, ପାର୍କ, ମଲ୍ ଏପରି ଅନେକ ସ୍ଥାନରେ କାଲି ପ୍ରେମୀ ଯୁଗଳଙ୍କ ଭିଡ଼ ଜମିବ।

ମାନ୍ଦା ପଡ଼ିଛି କାର୍ଡ ବେପାର
ଏସବୁ ମଧ୍ୟରେ ମାନ୍ଦା ପଡ଼ିଛି କାର୍ଡ ବେପାର। ସାମାଜିକ ଗଣମାଧ୍ୟମ, ଅନଲାଇନ୍‌ ସପିଂ ଆରମ୍ଭ ହେବା ପରଠାରୁ କାର୍ଡ ଆଉ ବିକ୍ରି ହେଉନାହିଁ ବୋଲି ଜାଗମରାର ବ୍ୟବସାୟୀ ଲୋକା ମତବ୍ୟକ୍ତ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଭ୍ୟାଲେନଣ୍ଟାଇନ୍‌ ସପ୍ତାହ ପାଇଁ ସେ ପ୍ରାୟ ୧୮ ହଜାର ଟଙ୍କାର କାର୍ଡ ଆଣିଥିଲେ। ହେଲେ ଏଯାବତ ତାଙ୍କର ବେପାର ହେଲା ନାହିଁ। ସେହିପରି ୟୁନିଟ୍‌-୮ର ବ୍ୟବସାୟୀ ରାମ ନାରାୟଣ ସାହୁ ମଧ୍ୟ ସମାନ କଥା କହିଛନ୍ତି। ପୂର୍ବରୁ ଭାଲେନଣ୍ଟାଇନ୍‌ରେ ସାୟରି ଲେଖା ଥିବା ‘ଲଭ କାର୍ଡ’ ଠାରୁ ଆରମ୍ଭ କରି ପ୍ରମିଜ’, ‘ବନ୍ଧୁତ୍ୱ’ ଓ ‘ସରି’ ପ୍ରଭୃତି କାର୍ଡ ବହୁଳ ବିକ୍ରି ହେଉଥିଲା। ହେଲେ ବର୍ତ୍ତମାନ କାଁ ଭାଁ ବିକ୍ରି ହେଉଛି। ତେଣୁ ଆମେ ଆଉ କାର୍ଡ ଆଣୁନୁ ବୋଲି ସେ କହିଛନ୍ତି।

ସରିଲା ଟେଡି ଡେ’
ଆଜି ପ୍ରେମ ସପ୍ତାହର ସବୁଠାରୁ ବ୍ୟୟବହୁଳ ଦିନ ସରିଛି। ସକାଳୁ ଓ ସନ୍ଧ୍ୟା ଯାଏଁ ବିଭିନ୍ନ ରଙ୍ଗ ଓ ଆକାରର ଟେଡି କିଣି ନିଜ ପ୍ରେମିକାଙ୍କୁ ଖୁସି କରିଛନ୍ତି ପ୍ରେମିକମାନେ। ସେଥିପାଇଁ ଆଜି ବିଭିନ୍ନ ସପିଂ ମଲ୍‌ ସମେତ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ପାର୍କଗୁଡ଼ିକରେ ଚକ୍‌ଲେଟ୍‌ ଓ ଟେଡି ସହିତ ପ୍ରେମୀଯୁଗଳ ବସିଥିବା ଦେଖିବାକୁ ମିଳିଥଇଲା।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.