Breaking News

ଆଜି ପ୍ରସାରଣ ହେବ ନ୍ୟୁଜ୍‌-୭ର ‘ମନ ଝୁରେ ସେଇ ସୁରେ’,ଚଳିତ ବର୍ଷର ମୁଖ୍ୟ ଥିମ୍‌ ପରିବେଶ ସୁରକ୍ଷା

ଭୁବନେଶ୍ୱର,୩୧/୧୨: ନ୍ୟୁଜ୍‌-୭ ପକ୍ଷରୁ ବାର୍ଷିକ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ‘ମନ ଝୁରେ ସେଇ ସୁରେ’ ମଙ୍ଗଳବାର ରାତି ୧୦ଟାରେ ପ୍ରସାରିତ ହେବ । କାର୍ଯ୍ୟକ୍ରମରେ ଯୁବ ଗାୟକ ବିଷ୍ଣୁ ମୋହନ କବିଙ୍କ ନେତୃତ୍ୱରେ ବିଭିନ୍ନ ଗୀତ ପରିବେଷଣ କରାଯାଇଛି । ଯାହାକୁ ଦର୍ଶକ ଆଜି ନ୍ୟୁଜ-୭ରେ ଦେଖିବାକୁ ପାଇବେ । ଅନ୍ୟ ଗାୟକଙ୍କ ମଧ୍ୟରେ ସୁଶାନ୍ତ ପଣ୍ଡା, ସୌରଭ ନାୟକ, ସୋହିନୀ ମିଶ୍ର, ଅଭିନାଶ ଦାସ ଓ ସ୍ମରଣିକା ନାୟକ ରହିଛନ୍ତି । ସୋଆ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଲଗାତର ତୃତୀୟ ବର୍ଷ ଲାଗି ସଫଳତାର ସହ ଏଭଳି କାର୍ଯ୍ୟକ୍ରମ ନ୍ୟୁଜ-୭ ତାର ଦର୍ଶକଙ୍କୁ ଭେଟିଦେଉଛି । ଏବେ ପରିବେଶ ପ୍ରଦୂଷଣ ଚିନ୍ତାଜନକ ହୋଇଥିବାବେଳେ ଚଳିତ ଥର ମନୋରଞ୍ଜନ ସହ ପରିବେଶ ସୁରକ୍ଷା ସଚେତନତାକୁ ଏହି କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯାଇଛି ।

ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ନ୍ୟୁଜ-୭ ଓଡ଼ିଆ ସଙ୍ଗୀତର ପୁନରୁଦ୍ଧାର ଏବଂ ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଜାରି ରଖିଛି । ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି,ସଙ୍ଗୀତ ଏବଂ ଗୀତକୁ ଲୋକପ୍ରିୟ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ (ଏସ୍‌ଆର୍‌ଏମ୍‌ପିଏଲ୍‌) ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଅତିଥି ଭାବେ ଯୋଗ ଦେଇ ୩ ବିଶିଷ୍ଟ ବ୍ୟକ୍ତି ବଂଶୀଦାବକ ମୋହିନୀ ମୋହନ ପଟ୍ଟନାୟକ, ଗାୟିକା ସ୍ୱାଗତିକା ରଥ ମହାପାତ୍ର ଏବଂ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ସିନେମା ନିର୍ଦ୍ଦେଶକ ଅରୁଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ଦାସ କହିଥିଲେ, ମଣିଷ କ୍ରମାଗତ ଭାବେ ପରିବେଶକୁ ଗଭୀର ଭାବେ କ୍ଷତି ପହଞ୍ଚାଇ ଚାଲିଛି । ପରିବେଶର ସୁରକ୍ଷା ଆମକୁ ମଧ୍ୟ କରିବାକୁ ହେବ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ), ଏସ୍‌ଆର୍‌ଏମ୍‌ପିଏଏଲ୍‌, ପ୍ରମେୟ, ନ୍ୟୁଜ-୭ ଏବଂ ଏହାର ଡିଜିଟାଲ ପ୍ଲାଟଫର୍ମ ଖବର ପ୍ରସାରଣ ବ୍ୟତୀତ ସର୍ବଦା ସମାଜ ସେବା ସହ ଜଡ଼ିତ ରହିଛି ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଏସ୍‌ଆର୍‌ଏମ୍‌ପିଏଲ୍‌ର ସିଇଓ ସୁନୀଲ ଦାସ, ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା, ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟ ଡିଜିଟାଲ (ଓଡ଼ିଆ)ର ମୁଖ୍ୟ ଅମରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁକାନ୍ତ ରଥ ।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.