
ଭୁବନେଶ୍ୱର ୨୩।୦୧ : ବିଧାନସଭା ଅଧିବେଶନ । ଗୃହ ପୁଣି ମୁଲତବୀ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭାରେ ଧାନ ମଣ୍ଡି ଓ ସହ ବିଭିନ୍ନ ପ୍ରସଙ୍ଗ ନେଇ ନାରାବାଜି କରିଥିଲେ ବିରୋଧୀ ।
ଗୋଟିଏ ଦିନର ବିରତି ପରେ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟା ନେଇ ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟମାନେ ଶୁଣିନଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ମୁଲତବୀ ରଖିଥିଲେ । ଦିନ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ । ତେବେ ସାଢେ ୧୧ଟା ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ କିଛି ସୁଫଳ ହେଲା ନାହିଁ । ବିଧାନସଭା ଆରମ୍ଭ ହେବା ମାତ୍ରେ ହୋହାଲ୍ଲା ଏବଂ ନାରାବାଜି । ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।
ସୌଜନ୍ୟ Prameya News7




