ଓଡିଶାରାଜନୀତି

ଆଜି ବି ଧୋଇଗଲା ପ୍ରଶ୍ନକାଳ, ବିଧାନସଭା ସାଢେ ୧୧ ଯାଏଁ ମୁଲତବୀ

ଆଜି ବି ବିଧାନସଭା ଅଚଳ । ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଭୁବନେଶ୍ୱର ୩୦।୦୩ : ଆଜି ବି ବିଧାନସଭା ଅଚଳ । ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦିନ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଗୁରୁବାର ରୁକୁଣା ରଥଯାତ୍ରା ଲାଗି ବିଧାନସଭା ଅଧାରୁ ବନ୍ଦ ହୋଇଥିଲା । ଏହାପରେ ଶୁକ୍ରବାର, ଶନିବାର, ରବିବାର ଛୁଟି ଥିବାରୁ ବନ୍ଦ ଥିଲା ବିଧାନସଭା। ସୋମବାର କାର୍ଯ୍ୟ ସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଂଗତ ସାଂସଦ ନାରାୟଣ ସାହୁଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ନାରାୟଣ ସାହୁ ପାଲଲହଡ଼ା ୨ଥର ବିଧାୟକ ହୋଇଥିବା ବେଳେ ଦେବଗଡ଼ରୁ ଥରେ ସାଂସଦ ହୋଇଥିଲେ।

ତେବେ ଶୋକପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ହେଲେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ଏନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗତ ୧୭ ତାରିଖରୁ ଏସ୍ସିବି ମେଡିକାଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ବିରୋଧୀ ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button