Breaking News

ଆଜି ଭାଲେଣ୍ଟାଇନ୍‌ସ ଡେ: ଧୁମଧାମ୍‌ରେ ପାଳିବେ ପ୍ରେମୀ ଯୁଗଳ

ଆସନ୍ତାକାଲି ପ୍ରେମ ସପ୍ତାହର ଶେଷ ଦିନ ଭାଲେଣ୍ଟାଇନ୍‌ସ ଡେ’। ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ପ୍ରପୋଜ୍ ଡେ’, ଚକ୍‌ଲେଟ୍‌ ଡେ’, ଟେଡି ଡେ’, ପ୍ରମିସ୍‌ ଡେ’, ହଗ୍‌ ଡେ’ ଆଦି ପରେ ଆଜି ଚୁମ୍ବନ ଦିବସ ଶେଷ ହୋଇଛି।

ଆସନ୍ତାକାଲି ପ୍ରେମ ସପ୍ତାହର ଶେଷ ଦିନ ଭାଲେଣ୍ଟାଇନ୍‌ସ ଡେ’। ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ପ୍ରପୋଜ୍ ଡେ’, ଚକ୍‌ଲେଟ୍‌ ଡେ’, ଟେଡି ଡେ’, ପ୍ରମିସ୍‌ ଡେ’, ହଗ୍‌ ଡେ’ ଆଦି ପରେ ଆଜି ଚୁମ୍ବନ ଦିବସ ଶେଷ ହୋଇଛି। ଗୋଲାପ ଫୁଲରେ ପ୍ରେମର ପରିପ୍ରକାଶ କରିଥିବା ପ୍ରେମୀଯୁଗଳ ଆଜି ପରସ୍ପରକୁ ଚୁମ୍ବନ ଦେଇ ସେମାନଙ୍କ ବନ୍ଧନକୁ ଆହୁରି ଦୃଢ଼ କରିଛନ୍ତି। କେହି କାହାକୁ ଭୁଲିବେନି, ଅଧାବାଟରୁ ହାତ ଛାଡ଼ିବେନି ବୋଲି ପ୍ରତିଜ୍ଞା ନେଇ ପ୍ରେମୀଯୁଗଳ ଆଜି ପରସ୍ପରକୁ ଚୁମ୍ବନ ଦେଇଛନ୍ତି। ଆସନ୍ତାକାଲି ସେମାନେ ପାଳିବେ ଭାଲେଣ୍ଟାଇନ୍‌ସ ଡେ’। ଏଥିପାଇଁ ଗୋଲାପ ଫୁଲ, ଗିଫ୍ଟ ବଜାର ଠାରୁ ଆରମ୍ଭ କରି ହୋଟେଲ, ରେସ୍ତୋରାଁ ସବୁ କିଛି ଚଳଚଞ୍ଚଳ ହୋଇପଡ଼ିଛି।

ମନ୍ଦିରରେ ବି ଭିଡ଼: ପ୍ରେମ ସପ୍ତାହ ପାଳନ ଅବସରରେ ପ୍ରେମୀଯୁଗଳ ସାଧାରଣତଃ ଶାନ୍ତ, ସୁନ୍ଦର ପରିବେଶରେ ଏକାଠି ହେବାକୁ ପସନ୍ଦ କରନ୍ତି। ତେଣୁ ଗୋଲାପ ଦିବସରୁ ସେମାନେ ପାର୍କ, ହୋଟେଲ, ରେସ୍ତୋରାଁ ଓ ମନ୍ଦିର ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏକାଠି ହେବା ଦେଖିବାକୁ ମିଳିଥାଏ। ଭାରତୀୟ ସଂସ୍କୃତିରେ ସାଧାରଣତଃ ସମସ୍ତେ ଈଶ୍ବରବିଶ୍ବାସୀ ହୋଇଥିବାରୁ ପ୍ରେମୀଯୁଗଳ ମଧ୍ୟ ମନ୍ଦିରକୁ ବେଶି ପସନ୍ଦ କରନ୍ତି। ସାରା ଜୀବନ ପାଇଁ ପ୍ରେମର ବନ୍ଧନରେ ବାନ୍ଧି ହେବା ପାଇଁ ପ୍ରେମୀଯୁଗଳ ଭଗବାନଙ୍କ ଆଶୀର୍ବାଦ ଲାଭ କରିବାକୁ ମନ୍ଦିର ଯାଇ ଠାକୁର ଦର୍ଶନ କରିବା ଦେଖିବାକୁ ମିଳେ। କିସ୍‌ ଡେ’ରେ ପାର୍କ ଚଳଚଞ୍ଚଳ: ଆଜି କିସ୍‌ ଡେ’ ତଥା ଚୁମ୍ବନ ଦିବସରେ ରାଜଧାନୀର ବିଭିନ୍ନ ପାର୍କରେ ବେଶି ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷକରି ଧଉଳି, ଖଣ୍ଡଗିରି, ଜୟଦେବ ବାଟିକା, ନନ୍ଦନକାନନ, ବଟାନିକାଲ୍‌ ଗାର୍ଡେନ୍‌, ଏକାମ୍ରକାନନ ଭଳି ଛୋଟବଡ଼ ସବୁ ପାର୍କରେ ଆଜି ଥିଲା ଅସମ୍ଭାଳ ଭିଡ଼। ଏହି ଅବସରରେ ସେମାନେ ଚୁମ୍ବନ ରଜ୍ଜୁରେ ସେମାନଙ୍କ ବନ୍ଧନକୁ ଅଧିକ ଶକ୍ତ କରୁଥିବା ଦେଖାଯାଇଥିଲା।

ଗୋଲାପରୁ ଗିଫ୍ଟ ବଜାର, ସବୁଠି ଜମିବ ଗହଳି
ଗୋଲାପ ଫୁଲର ମହକରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହ ଭଳିକି ଭଳି ଫୁଲ ତୋଡ଼ାରେ ଶେଷ ହେବ। ସେଥିପାଇଁ ଫୁଲ ବଜାର ସରଗରମ ହୋଇପଡ଼ିଛି। ସେହିପରି ଦିନଗୁଡ଼ିକୁ ସ୍ବତନ୍ତ୍ର କରିବା ଲାଗି ବଜାରରେ ଆସିଛି ଭଳିକି ଭଳି ଭାଲେଣ୍ଟାଇନ୍‌ ଗିଫ୍ଟ ଓ କାର୍ଡ। ସେଗୁଡ଼ିକ ମଧ୍ୟରେ ପ୍ରପୋଜ୍‌ ଲାଇଟିଂ ରୋଜ୍‌ ୧ଶହରୁ ୩ଶହ ଟଙ୍କା, ଡିଜିଟାଲ୍‌ ଏଲ୍‌ଇଡି କପଲ ୬ଶହ ଟଙ୍କା, ଲଭ୍‌ କଫି ମଗ୍‌ ୨୫୦ ରୁ ୨୯୦ ଟଙ୍କା, ଲାଇଟିଂ ଫଟୋଫ୍ରେମ ୮୭୦ରୁ ୨୦୦୦ ସମେତ ଭଳି ଭଳି ପରଫ୍ୟୁମର ବି ଚାହିଦା ରହିଛି। ତେବେ ଏନେଇ ୟୁନିଟ୍‌ ୩ ‘ଉପହାର’ର ବ୍ୟବସାୟୀ କୃଷ୍ଣ ପାତ୍ରଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଭାଲେଣ୍ଟାଇନ୍‌ରେ ଲାଇଟିଂ ରୋଜ ସହିତ ଛୋଟ ଟେଡି ଓ ଚକଲେଟ ଥିବା ସ୍ୱତନ୍ତ୍ର ପ୍ୟାକେଟର ଭଲ ବିକ୍ରି ହେଉଛି।

ଚାହିଦାରେ ହାର୍ଟ ସେପ୍‌ ରେଡ୍‌ ଭେଲ୍‌ଭେଟ୍‌ ଓ ବେଣ୍ଟୋ କେକ୍‌
ଭାଲେଣ୍ଟାଇନ୍‌ସ ଡେ’କୁ ସ୍ମରଣୀୟ ଓ ଧୂମ୍‌ଧାମ୍‌ରେ ପାଳନ କରିବା ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଢେର ଉତ୍କଣ୍ଠା ଥାଏ। ଏଥିପାଇଁ ତ ଚଳଚଞ୍ଚଳ ହୋଇପଡ଼ିଛି କେକ୍‌ ବଜାର। ଦେକାନମାନଙ୍କରେ ଲୋକେ ଆଗୁଆ କେକ୍‌ ଅର୍ଡର ମଧ୍ୟ କରୁଛନ୍ତି। ଚଳିତ ବର୍ଷ ଭାଲେଣ୍ଟାଇନ୍‌ସ ଡେ’ରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ସ୍ୱତନ୍ତ୍ର ଛୋଟ ଭାଲେଣ୍ଟାଇନ୍‌ସ କେକ୍ ବା ବେଣ୍ଟୋ କେକ୍‌ର ଚାହିଦା ବଢ଼ିବାରେ ଲାଗିଛି। ସପୁରୀ, ଚକ୍‌ଲେଟ୍‌, ଷ୍ଟ୍ରବେରି ଭିନ୍ନ ଭିନ୍ନ ଫ୍ଲେଭରର ଏହି କେକ୍‌କୁ ଯୁବ ପିଢ଼ି ବେଶ୍‌ ପସନ୍ଦ କରୁଛନ୍ତି ବୋଲି ବରମୁଣ୍ଡାସ୍ଥିତ ‘କୁକିସ୍‌ ବେକ୍‌ ଏନ୍‌ କାଫେ’ର ଅନୁପମା ମହାନ୍ତି ମତ ଦେଇଛନ୍ତି। ଏହି କେକ୍‌ ମୂଲ୍ୟ ୧୯୦ଟଙ୍କା ରହିଛି। ସେହିପରି ରେଡ୍‌ ଭେଲଭେଟ୍‌ କେକ୍‌, ବ୍ଲୁ-ବେରି, ଷ୍ଟ୍ରବେରି ହାର୍ଟ କେକ୍‌ର ମଧ୍ୟ ଚାହିଦା ରହିଛି ବୋଲି ସେ କହିଛନ୍ତି। କେକ୍ ଦର ୨୦୦ ଶହରୁ ଆରମ୍ଭ ହୋଇ ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ହୋଟେଲ୍‌ ଓ ରେସ୍ତୋରାଁରେ ବ୍ୟାପକ ପ୍ରସ୍ତୁତି
ଭାଲେଣ୍ଟାଇନ୍‌ସ ଡେ ପାଇଁ ହୋଟେଲ ଓ ରେସ୍ତୋରାଁ ନାଲି ବେଲୁନ ସହିତ ହୃଦୟାକୃତିର ସାଜସଜ୍ଜାରେ ଚମକିବ। ରୋମାଣ୍ଟିକ ସଙ୍ଗୀତ ସହିତ ରେଡ୍‌ ଭେଲଭେଟ୍‌ କେକ୍‌, କପଲ୍‌ ଲଭ୍‌ ପୁଡିଂ, ଲଭ୍‌ ପାଏ ଭଳି ଡେଜର୍ଟ ସହିତ ମଖ୍‌ମଲି କବାବ୍‌, ପନିର ରୋଲ୍‌, କୋରିଆନ ନୁଡଲସ୍ ସହ ଚିକେନର ଭଳିକି ଭଳି ରକମ ପରିବେଷଣ କରାଯିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.