Breaking News

ଆଜି ରାତିରୁ ଶୀତ କମିବ

ଗତ କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଆଜି ରାତିରୁ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି...

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଆଜି ରାତିରୁ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ୱର ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନଭେମ୍ବର ୨୮ ତାରିଖ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅଧିକ ରହିବ ଓ ଶୀତ କମିବ।

ଡିସେମ୍ବର ୩ ତାରିଖରେ ରାତି ତାପମାତ୍ରା ପୁଣି ୨ ଡିଗ୍ରି କମିବାର ସମ୍ଭାବନା ରହିଛି । ସେହିପରି ଡିସେମ୍ବର ୪, ୫ ଓ ୬ ତାରିଖରେ ରାତିର ତାପମାତ୍ରା ଏଭଳି ରହିବାର ସମ୍ଭାବନା ରହିଛି ।
ନଭେମ୍ବର ୩୦ ତାରିଖ ରାତିରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ୩ ଡିଗ୍ରି ବଢ଼ିବ। ଡିସେମ୍ବର ୧ ତାରିଖରେ ପୁଣି ୨ ଡିଗ୍ରି କମିବ । ଡିସେମ୍ବର ୫ ତାରିଖ ଯାଏ ଏଭଳି ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଡିସେମ୍ବର ୧ ତାରିଖ ଯାଏ ଦିନର ପାଗ କୋହଲା ରହିବାର ସମ୍ଭାବନା ରହିଛି । ଆସନ୍ତା ୭ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୌଜନ୍ୟ – ସମ୍ୱାଦ

Comments are closed.