Breaking News

ଆଜି ସନ୍ଧ୍ୟାରେ ଆସୁଛନ୍ତି ମହାମହିମ । ସ୍ବାଗତ ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ପ୍ରସ୍ତୁତି । କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ

ଆଜି ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭୁବନେଶ୍ବରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି ।

କନକ ବ୍ୟୁରୋ : ଆଜି ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭୁବନେଶ୍ବରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୋମବାର ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କାରକେଡ ରିହର୍ସାଲ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ସଜାଗ ରହିଛି ପୋଲିସ ପ୍ରଶାସନ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି ରାଙ୍କର ଅଫିସର, ୧୫ ଜଣ ଆଡିସ୍ନାଲ ରାଙ୍କର ଅଫିସର, ୪୫ ଏସିପି ରାଙ୍କର ଅଫିସର, ୨୦୦ ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ରାଙ୍କର ଅଫିସର ଦାୟିତ୍ୱରେ ଅଛନ୍ତି । ଟ୍ରାଫିକର ସୁପରିଚାଳନା ପାଇଁ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯିବ । ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ କଟକଣା ମଧ୍ୟ ଲଗାଯାଇଛି । ଆସନ୍ତାକାଲି ପୁରୀ ଗସ୍ତ କରିବା ସହ ନୌସେନା ଦିବସରେ ସାମିଲ ହେବେ ମହାମହିମ ।

ଟ୍ରାଫିକ କଟକଣା: କେତେବେଳେ କେଉଁଠି?
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା
ଆଜି ଅପରାହ୍ନ ୪ଟା ୫୦ରୁ ୫ଟା ୫୦ ଯାଏ କଟକଣା ଜାରି
ଏୟାରପୋର୍ଟରୁ କ୍ୟାପିଟାଲ ହସ୍ପିଟାଲ ଓ ରାଜଭବନ ଯାଏ କଟକଣା
ଶାସ୍ତ୍ରୀନଗରରୁ ଜୟଦେ ବିହାର ଛକ ଯାଏ ବନ୍ଦ ରହିବ ଗାଡ଼ି ଚଳାଚଳ
ହାତୀଶୁଣି ଛକରୁ ଡାହାଣ ମୋଡ଼ ଦେଇ ନୀଳାଦ୍ରିବିହାର ଯାଏ କଟକଣା
ସନ୍ଧ୍ୟା ୬ରୁ ସାଢ଼େ ୬ଟା ଯାଏ ମଧ୍ୟ ରହିଛି ଟ୍ରାଫିକ କଟକଣା
ନୀଳାଦ୍ରିବିହାରରୁ ବାମ ମୋଡ଼ ଦେଇ ଜାଭିୟର ଛକ ଯାଏ ଗଡ଼ିବନି ଗାଡ଼ି
ଜୟଦେବ ବିହାରରୁ ପାୱାର ହାଉସ ଛକ ଦେଇ ରାଜଭବନ ଯାଏ କଟକଣା
ଦମକଳ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡ଼ି ଚାଲିପାରିବ
ସୌଜନ୍ୟ-କନକ

Comments are closed.