ପୁନଶ୍ଚ ପୃଥିବୀ

Environmental warrior: ପରିବେଶ ଯୋଦ୍ଧା: ଶିକ୍ଷାକୁ ପରିବେଶ ରକ୍ଷାରେ ବିନିଯୋଗ କରୁଛନ୍ତି ଶିବାନୀ

ଉଚ୍ଚ ଶିକ୍ଷା ଲାଭ ପରେ କୌଣସି ବଡ଼ କମ୍ପାନିରେ ଚାକିରି କରିବା ପରିବର୍ତ୍ତେ ପରିବେଶ ପାଇଁ କାର୍ଯ୍ୟ କରିବାକୁ ସ୍ଥିର କଲେ ଶିବାନୀ ପାଢ଼ୀ। ଗୋଟାଏ ପରେ ଗୋଟାଏ ପରିବେଶ ଉପଯୋଗୀ କାର୍ଯ୍ୟ କରି ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ।

ଉଚ୍ଚ ଶିକ୍ଷା ଲାଭ ପରେ କୌଣସି ବଡ଼ କମ୍ପାନିରେ ଚାକିରି କରିବା ପରିବର୍ତ୍ତେ ପରିବେଶ ପାଇଁ କାର୍ଯ୍ୟ କରିବାକୁ ସ୍ଥିର କଲେ ଶିବାନୀ ପାଢ଼ୀ। ଗୋଟାଏ ପରେ ଗୋଟାଏ ପରିବେଶ ଉପଯୋଗୀ କାର୍ଯ୍ୟ କରି ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ବ୍ରହ୍ମପୁରର ଏହି ଯୁବତୀ ଜଣକ ଏମ୍‌ସିଏ ପାଠ ପଢ଼ିବା ପରେ, ଅର୍ଜିତ ଶିକ୍ଷାକୁ ଜନକଲ୍ୟାଣ ଦିଗରେ ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୩ ବର୍ଷୀୟା ଶିବାନୀ ପ୍ରଥମେ ଜଳାଶୟକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ଓ ପରିବେଶ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ନିଜର ସ୍ବେଚ୍ଛାସେବୀ ଯାତ୍ରା ଆରମ୍ଭ କରିଥିଲେ। ପରେ ଆଧୁନିକ ଶିକ୍ଷାର ଉପଯୋଗ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ବଳରେ ରୋବଟ୍ ସାହାଯ୍ୟରେ ବିଭିନ୍ନ ଜଳାଶୟରୁ ପ୍ରଦୂଷଣ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button