ଓଡିଶାମହାନଗର

ଆଦର୍ଶ ବିଦ୍ୟାଳୟରେ ବିଧାୟକ-ସାଂସଦ-ଜିଲ୍ଲାପାଳଙ୍କ କୋଟା ବନ୍ଦ ହେଉ, ଦକ୍ଷ ପିଲା ସୁଯୋଗ ପାଆନ୍ତୁ

କୋଟା ଉଚ୍ଛେଦ ପାଇଁ ମୋହନଙ୍କୁ ଅରୁଣଙ୍କ ଚିଠି । ଆଦର୍ଶ ବିଦ୍ୟାଳୟରେ ବିଧାୟକ ସାଂସଦଙ୍କ କୋଟା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଭୁବନେଶ୍ବର ୧୨।୨: କୋଟା ଉଚ୍ଛେଦ ପାଇଁ ମୋହନଙ୍କୁ ଅରୁଣଙ୍କ ଚିଠି । ଆଦର୍ଶ ବିଦ୍ୟାଳୟରେ ବିଧାୟକ ସାଂସଦଙ୍କ କୋଟା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ବିଧାୟକ, ସାଂସଦ ଏବଂ ଜିଲ୍ଲପାଳଙ୍କର ଥିବା ଦୁଇଟି ଲେଖାଏଁ କୋଟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚିଠି ଲେଖି ଅରୁଣ ସାହୁ ଦାବି କରିଛନ୍ତି । କୋଟା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ସଂଗଠନ ବିଦ୍ୟାଳୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । କୋଟା ପାଇଁ ବିଧାୟକ, ସାଂସଦଙ୍କ ପାଖକୁ ନିର୍ବାଚନ ମଣ୍ଡଳୀରୁ ଶହ ଶହ ଲୋକ ଆସୁଛନ୍ତି, ସେଥିପାଇଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦକ୍ଷ ପିଲାମାନେ ସୁଯୋଗ ପାଆନ୍ତୁ, ସେଥିପାଇଁ କୋଟାକୁ ବନ୍ଦ କରନ୍ତୁ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button