Breaking News

ଆଦିବାସୀଙ୍କୁ ଅସୁରକ୍ଷିତ କରି ଛାଡ଼ିଦେଲେ

ଏବେ ବି ଗଜପତି ଜିଲ୍ଲାରେ ଅସୁରକ୍ଷିତ ଭାବରେ ପାହାଡ ଉପରେ ରହିଛି ଅନେକ ଆଦିବାସୀ ଗ୍ରାମ। ବିପଦସଙ୍କୁଳ ଅବସ୍ଥାରେ ଏହି ସବୁ ଅଞ୍ଚଳରେ ରହୁଛନ୍ତି ଆଦିବାସୀ। ଜିଲ୍ଲାର ରାୟଗଡ଼, ଗୁମ୍ମା, ନୁଆଗଡ, ରା.ଉଦୟଗିରି ଓ ମୋହନା ଅଞ୍ଚଳର ପ୍ରାୟ...

 Photograph: (https://www.thehindu.com/)

ପାରଳାଖେମୁଣ୍ଡି: ଏବେ ବି ଗଜପତି ଜିଲ୍ଲାରେ ଅସୁରକ୍ଷିତ ଭାବରେ ପାହାଡ ଉପରେ ରହିଛି  ଅନେକ ଆଦିବାସୀ ଗ୍ରାମ। ବିପଦସଙ୍କୁଳ ଅବସ୍ଥାରେ ଏହି ସବୁ ଅଞ୍ଚଳରେ ରହୁଛନ୍ତି ଆଦିବାସୀ। ଜିଲ୍ଲାର ରାୟଗଡ଼, ଗୁମ୍ମା, ନୁଆଗଡ, ରା.ଉଦୟଗିରି  ଓ ମୋହନା ଅଞ୍ଚଳର ପ୍ରାୟ ୩୦ ପ୍ରତିଶତ ଲୋକ ପାହାଡ଼ ଜଙ୍ଗଲ ମଧ୍ୟରେ ବସବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏହି ସବୁ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ବ ସ୍ଥାନକୁ  ସମ୍ଭାବ୍ୟ ଭୂସ୍ଖଳନ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ସର୍ବାଧିକ ମୋହନା ବ୍ଲକରେ ୪୧, ନୂଆଗଡ ବ୍ଲକରେ  ୧୩, ରାୟଗଡ଼ ବ୍ଲକରେ ୨୭ ଓ ଗୁମ୍ମା ବ୍ଲକରେ ୨୯ ଓ ରା ଉଦୟଗିରି ବ୍ଲକର ୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ପ୍ରତି ବର୍ଷ ବର୍ଷାଋତୁ ଅବା ଲଗାଣ ବର୍ଷା ହେଲେ ଭୁସ୍ଖଳନ ଆଶଙ୍କା ରହିଥାଏ। ବିଶେଷ କରି ବର୍ଷା କିମ୍ବା ବାତ୍ୟାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ  ବିପଦସଂକେତ ଜାରି ହେଲେ ପାହାଡ଼ିଆ ଅଞ୍ଚଳ ବାସିନ୍ଦାଙ୍କ  ଚିନ୍ତା ବଢିଯାଏ। ଅନେକ ସମୟରେ ଧନଜୀବନ କ୍ଷତି ହେବାର ମଧ୍ୟ ନଜର ରହିଛି ।
ତଥ୍ୟ ଅନୁସାରେ  ୨୦୧୮ରୁ ୨୦୨୨ ମଧ୍ୟରେ ଜିଲ୍ଲାର ଏହି ସବୁ ଅଞ୍ଚଳରେ ଭୂସ୍ଖଳନ ହେବ ଫଳରେ  ୪୮ ଜୀବନ ଯାଇଥିବା ବେଳେ ୭୧,୮୩୪ରୁ ଊର୍ଦ୍ଧ୍ବ ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲା। ୧୦୩୦ ଗୃହପାଳିତ ପଶୁମାନଙ୍କର ଜୀବନ ଯାଇଛି। ତିତ୍‌ଲି ମହାବାତ୍ୟାରେ
ରାୟଗଡ଼ ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାହାଡ଼ ଧସି ୧୬ ଜଣ ଓ ଗୁମ୍ମା ବ୍ଲକ୍‌ କୁଲାଙ୍ଗ ଗ୍ରାମରେ ୨ଜଣ, ରା.ଉଦୟଗିରି ବ୍ଲକର ଅନଘାଠାରେ ୨ ଜଣ, ଗୋଷାଣୀ ବ୍ଲକର ୨ ଜଣ ଓ କାଶୀନଗର ବ୍ଲକର ଜଣକର ମୃତ୍ୟୁ ହୋଇଥିବା ରେକର୍ଡ କହୁଛି। ପ୍ରତି ବର୍ଷ ଲଗାଣ ବର୍ଷାରେ କେଉଁଠି ନା କେଉଁଠି ରାସ୍ତାଘାଟ, ଘରଦ୍ୱାର ଏମିତିକି ଜୀବନହାନି ମଧ୍ୟ ଘଟୁଛି। ଯାହାକୁ ଦୃଷ୍ଟିରେ ରଖି ପୂର୍ବରୁ ଏହି ସବୁ ସମ୍ବେଦନଶୀଳ ସ୍ଥାନରୁ ସରକାର ଲୋକଙ୍କୁ ସମତଳ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ। ବାରଘର ସମେତ କେତେକ ସ୍ଥାନରେ ପାହାଡ଼ ତଳରୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରି ଥଇଥାନ ମଧ୍ୟ କରାଯାଇଛି। ଅନେକ ଅଞ୍ଚଳରେ ଥଇଥାନ ପାଇଁ ଜମି ମଧ୍ୟ ଚିହ୍ନଟ ମଧ୍ୟ ସରିଛି। କିନ୍ତୁ ୨୦୨୨ ପରେ ଏ ସମ୍ପର୍କରେ ସବୁ ଚୁପ୍‌ ହୋଇ ବସିଛନ୍ତି।        ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ବିପର୍ଯ୍ୟୟ ପରିଚାଳନା ବୈଠକରେ ସରକାର ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟର ଭୂସ୍ଖଳନ ଅଞ୍ଚଳରେ ଯେଉଁ ଭଳି ଢାଞ୍ଚାରେ ନିର୍ମାଣ କାର୍ଯ୍ୟ ହେଉଛି ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ।

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.