ଆମୀଷ ଖାଦ୍ୟ ଭକ୍ଷଣ ପରେ ପ୍ରେମିକଙ୍କ ଥଟା ସହିନପାରି ଜୀବନ ହାରିଛନ୍ତି ସୃଷ୍ଟି!

ମୁମ୍ବାଇ: ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟ୍‌ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କ ପରିବାର ଲୋକ ଏକ ନୂଆ ଅଭିଯୋଗ ଆଣିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ମହିଳା ଜଣକ ଆମୀଷ ଖାଦ୍ୟ ଭକ୍ଷଣ କରିବାକୁ ତାଙ୍କ ପ୍ରେମିକ ତାଙ୍କୁ ଥଟ୍ଟା କରିଥିଲେ। ଆମୀଷ ଖାଇଥିବା କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଯାହା ଏତେ ଆଗକୁ ବଢ଼ି ଯାଇଥିଲା ଯେ ମହିଳା ଜଣ ସେହି କଥାକୁ ନେଇ ନିଜ ଜୀବନ ହାରିବାକୁ ବି ପଛାଇ ନଥିଲେ।

ସୋମବାର ସକାଳେ ମୁମ୍ବାଇର ଆନ୍ଧେରିରେ ଥିବା ତାଙ୍କ ଭଡା ଘରେ ୨୫୬ ବର୍ଷ ବୟସ୍କ ଏୟାର ଇଣ୍ଡିଆ ପାଇଲଟଙ୍କ ମୃତଦେହ ମିଳିଛି। ଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତ‌ାଙ୍କ ୨୭ ବର୍ଷୀୟ ପ୍ରେମିକଙ୍କୁ ଗିରଫ କରିଛି।

ପୁଲିସର ସୂଚନାନୁସାରେ, ପ୍ରୀଡ଼ିତା ସୃଷ୍ଟି ତୁଲି ଉତ୍ତରପ୍ରଦେଶର ଗୋରଖପୁରର ଥିଲେ ଏବଂ ସେ ଆଦିତ୍ୟଙ୍କୁ ଭଲପାଉଥିଲେ। ମାତ୍ର ଆଦିତ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।

ମହିଳା ପାଇଲଟ୍‌ ସୃଷ୍ଟି ତୁଲିଙ୍କ ମର ଶରୀର ଅନ୍ଧେରି ସ୍ଥିତ ତାଙ୍କ ଫ୍ଲାଟ୍‌ରୁ ମିଳିଛି। ମହିଳାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ପୁଲିସ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ ସୃଷ୍ଟିଙ୍କ ବୟଫ୍ରେଣ୍ଡ୍‌ ଆଦିତ୍ୟ ପଣ୍ଡିତ (୨୭)ଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହାଜତକୁ ନେଇଛି। ସୃଷ୍ଟିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ପଣ୍ଡିତ ଅନେକ ସମୟରେ ତାଙ୍କ ସହ ଖରାପ ବ୍ୟବହାର ଏବଂ ଯୁକ୍ତିତର୍କ କରିଥାନ୍ତି। ଶେଷ‌ରେ ଅତ୍ୟାଚାର ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୃଷ୍ଟି ତୁଲି ହେଉଛନ୍ତି ଗୋରଖପୁରର ପ୍ରଥମ ମହିଳା ପାଇଲଟ୍‌।
ସୌଜନ୍ୟ – ସମ୍ୱାଦ

Show More
Back to top button