Breaking News

ଆମେରିକାରେ ୨.୪ ଲକ୍ଷ ୟୁକ୍ରେନୀୟ ନାଗରିକଙ୍କ ଉପରେ ଚଡ଼କ: ଆଇନଗତ ମାନ୍ୟତା ପ୍ରତ୍ୟାହାର କରିବାକୁ ଟ୍ରମ୍ପଙ୍କ ଯୋଜନା

ରୁଷ୍‌-ୟୁକ୍ରେନ ସଂଘର୍ଷ ଆରମ୍ଭ ହେବାପରେ ୟୁକ୍ରେନରୁ ପଳାଇ ଆସି ଆମେରିକାରେ ରହୁଥିବା ୨.୪ ଲକ୍ଷ ୟୁକ୍ରେନୀୟ ନାଗରିକଙ୍କ ପାଇଁ ଏବେ ନୂଆ ସଙ୍କଟ ଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହି ୟୁକ୍ରେନ ନାଗରିକଙ୍କ ପାଇଁ ଅସ୍ଥାୟୀ ଆଇନଗତ ମାନ୍ୟତା ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି।

ୱାସିଂଟନ: ରୁଷ୍‌-ୟୁକ୍ରେନ ସଂଘର୍ଷ ଆରମ୍ଭ ହେବାପରେ ୟୁକ୍ରେନରୁ ପଳାଇ ଆସି ଆମେରିକାରେ ରହୁଥିବା  ୨.୪ ଲକ୍ଷ ୟୁକ୍ରେନୀୟ ନାଗରିକଙ୍କ ପାଇଁ ଏବେ  ନୂଆ ସଙ୍କଟ ଆସିଛି।   ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହି ୟୁକ୍ରେନ ନାଗରିକଙ୍କ ପାଇଁ ଅସ୍ଥାୟୀ ଆଇନଗତ ମାନ୍ୟତା ପ୍ରତ୍ୟାହାର କରିବାକୁ ଯୋଜନା  କରୁଛନ୍ତି। ୟୁକ୍ରେନୀୟ ନାଗରିକମାନେ ଟ୍ରମ୍ପ ପ୍ରଶାସନ ବିରୋଧରେ ଏବେ ରାସ୍ତାକୁ ଓହ୍ଲାଉଥିବାରୁ ଟ୍ରମ୍ପ ଏଥିରେ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି।

ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକାରେ ରହୁଥିବା ୟୁକ୍ରେନୀୟଙ୍କ ଉପରେ ନଜର ରଖାଯାଇଛି ଏବଂ ସେମାନଙ୍କ ଆଇନଗତ ମାନ୍ୟତା ପ୍ରତ୍ୟାହାର ନେଇ ଏବେ ଆଲୋଚନା ଚାଲିଛି। ଗତ ସପ୍ତାହରେ ହ୍ବାଇଟ୍‌ ହାଉସରେ ଟ୍ରମ୍ପଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କିଙ୍କ  ସାର୍ବଜନୀନ ଝଗଡ଼ା ହୋଇଥିଲା। ଏହାପରେ ୟୁକ୍ରେନୀୟମାନେ ଏହାକୁ ଜୋରଦାର ବିରୋଧ କରି ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.