Breaking News

ଆମେରିକା ଟାରିଫ୍‌କୁ ନେଇ ପିଏମଙ୍କୁ ଘେରିଲେ ରାହୁଲ ଗାନ୍ଧୀ, କହିଲେ- ‘ଭାରତକୁ ଆର୍ଥିକ ବ୍ଲାକମେଲ୍ କରୁଛି ଆମେରିକା’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛନ୍ତି। ଏହି ଘୋଷଣା ପରେ ରାଜନୀତି ମଧ୍ୟ ତେଜିଛି। କଂଗ୍ରେସ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ପୋଷ୍ଟ କରି କହିଛନ୍ତି ‘୫୦ ପ୍ରତିଶତ ଶୁଳ୍କ ଲାଗୁ କରି ଆମେରିକା ଭାରତକୁ ଆର୍ଥିକ ଭାବରେ ବ୍ଲାକମେଲ୍ କରୁଛି। ଏପରି କରି ଅନୁଚିତ ବାଣିଜ୍ୟ ଚୁକ୍ତି ପାଇଁ ଧମକାଉଛି ଆମେରିକା। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତା ଜନସାଧାରଣଙ୍କ ଉପରେ ଚାପ ନପକାଉ।’’

ଏହା ପୂର୍ବରୁ ମଧ୍ୟ ରାହୁଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଉପରେ ନୀରବତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଥିଲେ। ରାହୁଲ କହିଥିଲେ “ଆଦାନୀ ଉପରେ ଆମେରିକାର ତଦନ୍ତ” ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଶୁଳ୍କ ଧମକ ଦେବା ସତ୍ତ୍ୱେ ଟ୍ରମ୍ପଙ୍କ ବିରୁଦ୍ଧରେ କହିପାରିବେ ନାହିଁ।

X ପୋଷ୍ଟରେ କଂଗ୍ରେସ ନେତା କହିଥିଲେ, ” ଦୟାକରି ବୁଝନ୍ତୁ: ଟ୍ରମ୍ପଙ୍କ ବାରମ୍ବାର ଧମକ ସତ୍ତ୍ବେବି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିରୋଧରେ କିଛି କହୁନାହାଁନ୍ତି। ଏହାର କାରଣ ଆଦାନୀ ଉପରେ ଆମେରିକାର ଚାଲିଥିବା ତଦନ୍ତ।’’ ’’ଗୋଟିଏ ଧମକ ହେଉଛି “ଗୋଟିଏ ଧମକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ, AA ଏବଂ ରୁଷ ସହ ତେଲ ଡିଲ୍‌ ମଧ୍ୟରେ ଆର୍ଥିକ ସମ୍ପର୍କ।’’ ସେ ଆହୁରି କହିଛନ୍ତି ‘‘ମୋଦୀଙ୍କ ହାତ ବନ୍ଧା।’’

ଅବଶ୍ୟ ଟ୍ରମ୍ପଙ୍କ ଶୁଳ୍କ ଉପରେ ଭାରତ ପକ୍ଷରୁ କୁହାଯାଇଛି, ଭାରତ ଜାତୀୟ ସ୍ୱାର୍ଥ ଉପରେ ଆଧାରିତ ଶକ୍ତି ନୀତି ପରିଚାଳନା କରିବାର ନିଜର ସାର୍ବଭୌମ ଅଧିକାରକୁ ରକ୍ଷା କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ବଜାର ଗତିଶୀଳତା ଏବଂ ଜାତୀୟ ସ୍ୱାର୍ଥ ଭାରତର ଶକ୍ତି କ୍ରୟକୁ ମାର୍ଗଦର୍ଶନ କରିବ।

ସୂଚନାଥାଉକି,  ରୁଷ ଠାରୁ ଅଶୋଧିତ ତେଲ କିଣିବା ଜାରି ରଖିଥିବାରୁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ % ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି। ଏହି ଶୁଳ୍କ ତିନି ସପ୍ତାହ ମଧ୍ୟରେ ଲାଗୁ ହେବ। ଆହୁରି ମଧ୍ୟ ଗୁରୁବାରଠାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି।

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.