ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗଞ୍ଜାମର ପାଟପୁର ଥାନା । ମୋହନ ମାଝୀ କହିଲେ, ଓଡ଼ିଶା ପାଇଁ ଗୌରବର ବିଷୟ ।

କନକ ବ୍ୟୁରୋ: ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ଲୋକସେବା ଭବନରେ ଆୟୋଜିତ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାଟପୁର ଥାନାକୁ ପୁରସ୍କୃତ କରିଛନ୍ତି। ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଓଡ଼ିଶା ପାଇଁ ଏହା ଗୌରବର ବିଷୟ। ସାରା ଦେଶରେ ଶ୍ରେଷ୍ଠ ଥାନା ଭିତରେ ପାଟପୁର ଥାନା ୨ୟ ସ୍ଥାନ ଅଧିକାର କରିଛି। ସେହିଭଳି ଓଡ଼ିଶା ପୋଲିସ ପାଇ ଏହି ସମ୍ମାନ ଅତ୍ୟନ୍ତ ଗର୍ବ ଓ ସମ୍ମାନର ମୁହୂର୍ତ୍ତ ବୋଲି କହିଛନ୍ତି ରାଜ୍ୟ ପୋଲିସ ଡିଜି ୱାଇ ବି ଖୁରାନିଆ। ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦେଶରେ ଥିବା ଥାନାଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ପୁରସ୍କାର ନିମନ୍ତେ ଚୟନ କରାଯାଇଥାଏ । ଅପରାଧ ହାର, ତଦନ୍ତ, ମାମଲାର ସମାଧାନ, ସିସିଟିଏନ୍ଏସ୍ ବ୍ୟବହାର, ଏନଫୋର୍ସମେଣ୍ଟ, ପୁନରୁଦ୍ଧାର ସମ୍ପତ୍ତିର ମୂଲ୍ୟ, ଦୋଷୀ ସାବ୍ୟସ୍ତ ହାର, ଦଣ୍ଡବିଧାନ, ଥାନା ଗୁଡିକର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ଚୟନ କରାଯାଇଥାଏ ।
ସୌଜନ୍ୟ-କନକ

Related Articles

Back to top button