Breaking News

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ରହିବେ କି ଅଧିନାୟକ ? ଗୌତମ ଗମ୍ଭୀର ନେବେ ନିଷ୍ପତ୍ତି…

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ନିକଟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାତେଇଥିଲା ଭାରତ । ଆଉ ଏହି ଟ୍ରଫି ରୋହିତ ଶର୍ମାଙ୍କ ପାଇଁ ସଞ୍ଜିବନୀ ଭଳି କାମ କରିଛି । ରୋହିତ ଶର୍ମା ଏବେ ଜୁନ-ଅଗଷ୍ଟରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଟେଷ୍ଟ ସିରିଜରେ ଅଧନାୟକ ଦାୟିତ୍ୱ ତୁଲାଇ ପାରନ୍ତି । ଏହା ଏଥିପାଇଁ ସମ୍ଭବ, କାରଣ ରୋହିତ ଶର୍ମା ୯ ମାସରେ ଭାରତକୁ ଲଗାତାର ଦ୍ବିତୀୟ ଆଇସିସି ଟ୍ରଫି ଜିତାଇଛନ୍ତି । ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଓ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ରୋହିତଙ୍କ ରିପୋର୍ଟ କାର୍ଡରେ ସାମିଲ ହୋଇ ସାରିଛି ।
ଯଦି ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାପ୍ଟେନ୍ସି କଥା ଆଲୋଚନା କରିବା ତେବେ ଟିମ ଇଣ୍ଡିଆକୁ ଗତ ୮ ଟେଷ୍ଟ ମ୍ୟାଚରେ ୬ଥର ପରାଜୟ ସାମ୍ନା କରିବାକୁ ପଡିଛି । ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମୈଦାନରେ ୦-୩ରେ ଭାରତର ପରାଜିତ ହୋଇଥିଲା । ଆଉ ଫଳରେ ଭାରତ ପ୍ରଥମଥର ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିଥିଲା । ଟେଷ୍ଟ ଫର୍ମାଟରେ ରୋହିତ ଶର୍ମା ଗତ ଲମ୍ୱା ସମୟ ହେବ ଫ୍ଲପ ହୋଇ ଆସୁଛନ୍ତି । ଏମିତି କି ରୋହିତ ଶର୍ମା ରଣଜୀ ଟ୍ରଫିରେ ଜମ୍ମୁ କାଶ୍ମୀର ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ । ହେଲେ କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ ।

ତେବେ ସୂତ୍ରରୁ ଜଣାପଡିଛି ଯେ ଆଗାମୀ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଅଧିନାୟକ ରହିବେ । ସେ ସିଡନୀ ଟେଷ୍ଟ ମ୍ୟାଚରେ ନିଜ ଆଡୁ ନିଜକୁ ବାହାରେ ରଖିଥିଲେ । ଏହାପରେ ସେ ବୁଝାଇଥିଲେ କି ଗୋଟେ ଟିମ ଜଣେ ଖରାପ ଫର୍ମରେ ଥିବା ଖେଳାଳିଙ୍କ ସହ ରହିପାରିବନି । ଅଷ୍ଟ୍ରେଲିଆ ସହ ଟେଷ୍ଟ ସିରିଜ ପରେ ଭାରତ କୌଣସି ଟେଷ୍ଟ ମ୍ୟାଚ ଖେଳିନାହିଁ । ଆଉ ଏଥିପାଇଁ ଟେଷ୍ଟ କ୍ୟାପ୍ଟେନ୍ସିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ରୋହିତ ଶର୍ମା ବି କେବେ କହିନାହାନ୍ତି ସେ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ । ସେପଟେ ବିସିସିଆଇ ପୁଣି ଅଧିନାୟକ ଦାୟିତ୍ୱ ରୋହିତଙ୍କ ହାତରେ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟରେ କୁହାଯାଇଛି କି ଶେଷ ନିଷ୍ପତ୍ତି ପରେ ନିଆଯିବ । କାରଣ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଦୃଷ୍ଟିକୋଣ ଦୀର୍ଘସମୟ ଧରି କ୍ୟାପ୍ଟେନ ଖୋଜିବାରେ ବ୍ୟସ୍ତ ଅଛି । ତେଣୁ ରୋହିତ ଶର୍ମାଙ୍କ ଅଧିନାୟକ ରହିବା ନ ରହିବା ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ବି ନିର୍ଭର କରେ । ତେଣୁ କୁହାଯାଉଛି କାଳେ ହିଟ ମ୍ୟାନଙ୍କ କ୍ୟାରିୟରର ନିଷ୍ପତ୍ତି ଗୌତମ ଗମ୍ଭୀର ନେଇପାରନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ ଟେଷ୍ଟରେ ହଠାତ ହଟିଯିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଫ୍ୟାନ । ଆଉ ଚର୍ଚ୍ଚା ହୋଇଥିଲା ଯେ ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ । ହେଲେ ଏସବୁ ଚର୍ଚ୍ଚାରେ ବିରାମ ଲଗାଇ ରୋହିତ କହିଥିଲେ କି ସେ ସନ୍ନ୍ୟାସ ନେଉ ନାହାନ୍ତି । ପରେ ଚାମ୍ପିୟନ୍ସ ଟ୍ରଫିରେ ଜିତି ଦିନିକିଆରେ ସେ ଫିଟ ଅଛନ୍ତି ବୋଲି ପ୍ରମାଣ କରିଥିଲେ । ବର୍ତ୍ତମାନ କହିବାକୁ ଗଲେ ରୋହିତ ଶର୍ମା ଆହୁରି ଲମ୍ୱା ସମୟ ଭାରତ ପାଇଁ ପ୍ରତିନିଧିତ୍ୱ କରିପାରନ୍ତି ବୋଲି କୁହାଯାଉଛି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.