Breaking News

ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଗ୍ରାହକଙ୍କୁ ରିଜର୍ଭ ବ୍ୟାଙ୍କର ଆ‌ଶ୍ବାସନା: ‘ଚିନ୍ତା କରିବାର କୌଣସି କାରଣ ନାହିଁ’

ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କରେ ୨୧୦୦ କୋଟି ଟଙ୍କାର ଆକାଉଣ୍ଟିଂ ତ୍ରୁଟି ଧରାପଡ଼ିବା ପରେ ବ୍ୟାଙ୍କର ସ୍ଥିତିକୁ ନେଇ ଗ୍ରାହକମାନଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ ବିବୃତ୍ତି ଜାରି କରିଛି।

ନୂଆଦିଲ୍ଲୀ: ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କରେ ୨୧୦୦ କୋଟି ଟଙ୍କାର ଆକାଉଣ୍ଟିଂ ତ୍ରୁଟି ଧରାପଡ଼ିବା ପରେ ବ୍ୟାଙ୍କର ସ୍ଥିତିକୁ ନେଇ ଗ୍ରାହକମାନଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ ବିବୃତ୍ତି ଜାରି କରିଛି। ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି। ଏହା ବେଶ୍ ସ୍ଥିର। ବ୍ୟାଙ୍କକୁ ନେଇ ହେଉଥିବା ଆଲୋଚନା ଉପରେ ଧ୍ୟାନ ନ  ଦେବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ କୁହାଯାଇଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ରିଜର୍ଭ ବ୍ୟାଙ୍କ କହିଛି। ଗତ ସୋମବାର ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଏହି ଆକାଉଣ୍ଟିଂ ଜାଲିଆତି ସମ୍ପର୍କରେ ସୂଚନା ଦେଇଥିଲା। ତାହାର ପ୍ରଭାବରେ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଏଥି ସହିତ ବ୍ୟାଙ୍କର ଭବିଷ୍ୟତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ଗ୍ରାହକଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି ଯେ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୬.୪୬ ପ୍ରତିଶତ, ପ୍ରୋଭିଜନ କଭରେଜ୍ ଅନୁପାତ ୭୦.୨୦ ପ୍ରତିଶତ ଏବଂ ୨୦୨୫ ମାର୍ଚ୍ଚ ୯ ସୁଦ୍ଧା ଲିକ୍ବିଡିଟି କଭରେଜ୍ ରେସିସ ୧୧୩ ପ୍ରତିଶତ ଥିଲା। ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ମାନଦଣ୍ଡଠାରୁ ଏସବୁ ଉପରେ ରହିଛି। ତେବେ ଆକାଉଣ୍ଟିଂ ଜାଲିଆତିରୁ କେତେ କ୍ଷତି ହୋଇଛି ଏବଂ ବ୍ୟାଙ୍କ ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଏକ ବ‌ାହ୍ୟ ଅଡିଟ୍ ଟିମ୍‌ ନିଯୁକ୍ତ କରିଛି। ଚଳିତ ତ୍ରୈମାସିକରେ ସମସ୍ତ ତ୍ରୁଟି ସୁଧାରିବା ଲାଗି ଇଣ୍ଡସ୍ଇଣ୍ଡ୍‌ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ କହିଛନ୍ତି। ଏଥି ସହିତ ବିଭିନ୍ନ ସମୟରେ ଜରୁରୀ ସୂଚନା ସମସ୍ତ ଅଂଶୀଦାରଙ୍କୁ ଦେବା ଲାଗି ମଧ୍ୟ ବ୍ୟାଙ୍କକୁ କୁହାଯାଇଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.