Breaking News

ଇଣ୍ଡି ମେଣ୍ଟକୁ କେଜ୍ରିୱାଲଙ୍କ ଝଟ୍‌କା: ଦିଲ୍ଲୀରେ ଆପ୍‌ ଏକାକୀ ଲଢ଼ିବ

ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଆଜି କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ...

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଆଜି କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନେକ ହାଇପ୍ରୋଫାଇଲ ଦଳବଦଳ ହୋଇସାରିଛି ଏବଂ ଅନେକ କଂଗ୍ରେସ ଓ ବିଜେପି ନେତା ଆପ୍‌ରେ ସାମିଲ ହୋଇଛନ୍ତି।

ଦିଲ୍ଲୀରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ବେଳେ କେଜ୍ରୱାଲଙ୍କ ଏକପାଖିଆ ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ କାହା ସହ କୌଣସି ମେଣ୍ଟ କରିବ ନାହିଁ। କେଜ୍ରିୱାଲଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟରେ ବିଭାଜନର ସଙ୍କେତ ଦେଉଥିବା ବେଳେ ବିଜେପିକୁ ଏହା ସୁହାଇବ ବୋଲି କୁହାଯାଉଛି ।

ଆପ୍ ଓ କଂଗ୍ରେସ ଚଳିତ ବର୍ଷ ଦିଲ୍ଲୀରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ଉଭୟ ଦଳ ଗୋଟିଏ ବି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇନଥିବା ବେଳେ ବିଜେପି ସମସ୍ତ ଆସନ ପୋଛି ନେଇଥିଲା। ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ ପଞ୍ଜାବରେ କଂଗ୍ରେସ ସହ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ-ଆପ୍‌ ଦଳ ବୁଝାମଣା କରିବାରେ ବିଫଳ ହୋଇଥିଲେ।
ସୌଜନ୍ୟ-ସମ୍ୱାଦ

Comments are closed.