Breaking News

‘ଇତିହାସକୁ ଲୋକପ୍ରିୟ କରାଇବାରେ ଜଗନ୍ନାଥ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ’

ଇତିହାସକୁ ଲୋକପ୍ରିୟ କରାଇବାରେ ସ୍ୱର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ପ୍ରଖ୍ୟାତ ଐତିହାସିକ ଭାବେ ସେ ମାନବୀୟ ମୂଲ୍ୟବୋଧର ଉପାସକ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଜଗନ୍ନାଥ....

ଭୁବନେଶ୍ୱର: ଇତିହାସକୁ ଲୋକପ୍ରିୟ କରାଇବାରେ ସ୍ୱର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ପ୍ରଖ୍ୟାତ ଐତିହାସିକ ଭାବେ ସେ ମାନବୀୟ ମୂଲ୍ୟବୋଧର ଉପାସକ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଜଗନ୍ନାଥ ପଟ୍ଟନାୟକ ସ୍ମାରକୀ ସାରସ୍ବତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକର ନୁହେଁ ସାରା ଓଡ଼ିଶାର ଗର୍ବ ବୋଲି କହିଥିଲେ। ମୁଖ୍ୟବକ୍ତା ସଂସ୍କୃତି ବିଭାଗ ଯୁଗ୍ମସଚିବ ଦେବପ୍ରସାଦ ଦାଶ ସ୍ବର୍ଗତ ପଟ୍ଟନାୟକଙ୍କ ସାହିତ୍ୟିକ ଓ ଐତିହାସିକ ସୃଷ୍ଟି ଉପରେ ଆଲୋକପାତ କରିଥିଲେ। ପ୍ରାକ୍ତନ ବରିଷ୍ଠ ପ୍ରଶାସକ ତଥା କବି ରବିନାରାୟଣ ସେନାପତି ତାଙ୍କୁ ଗୁରୁଭାବେ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଇତିହାସକୁ ଜଗନ୍ନାଥ ପଟ୍ଟନାୟକଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ। ଐତିହାସିକ ଓ ଶିକ୍ଷାବିତ୍ ପ୍ରଫେସର ଅମୀୟ କୁମାର ମହାରି ଇତିହାସକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁଖପାଠ୍ୟ କରିବାରେ ତାଙ୍କର ଭୁମିକା ବର୍ଣ୍ଣନା କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ପ୍ରଫେସର ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ।

ଭଦ୍ରକ ସମ୍ମିଳନୀ ସଭାପତି ପ୍ରଭାତ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ନିରୋଦ କୁମାର ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସଂଯୋଜନା କରିଥିଲେ ଉପଦେଷ୍ଟା ନିହାର ରଞ୍ଜନ ପଟ୍ଟନାୟକ। ଜଗନ୍ନାଥ ପଟ୍ଟନାୟକଙ୍କ ରଚିତ ତଥା ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘ରକ୍ତତୀର୍ଥ ଇରମ’ର ପରିମାର୍ଜିତ ସଂସ୍କରଣ ଲୋକାର୍ପିତ ହୋଇଥିଲା। ପ୍ରକାଶକ ଗଙ୍ଗାଧର ତ୍ରିପାଠୀଙ୍କ ତରଫରୁ ଶକ୍ତିପ୍ରସାଦ ତ୍ରିପାଠୀ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ବଂଶୀଧର ଭୋଇ ଧନ୍ୟବାଦ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.