ଇତିହାସ ରଚିଲା ଜମ୍ମୁ-କାଶ୍ମୀର : ପ୍ରଥମ ଥର ପାଇଁ ରଣଜୀ ଫାଇନାଲରେ ଏଣ୍ଟ୍ରି, ୬ ଓ୍ୱିକେଟରେ ହାରିଲା ପଶ୍ଚିମବଙ୍ଗ
ରଣଜୀ ଟ୍ରଫିରେ ଇତିହାସ ରଚିଛି ଜମ୍ମୁ-କାଶ୍ମୀର । ପ୍ରଥମ ଥର ଦଳ ଫାଇନାଲରେ ପ୍ରବେଶ କରିଛି । ୧୯୫୯-୬୦ରେ ପ୍ରଥମ ଥର ରଣଜୀ ଖେଳିଥିବା ଟିମ୍ ୬୭ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ଏଣ୍ଟ୍ରି କରିବାରେ ସକ୍ଷମ ହୋଇଛି । ଦଳ ସେମିଫାଇନାଲରେ ଦୁଇ ଥରର ଚାମ୍ପିଅନ୍ ପଶ୍ଚିମବଙ୍ଗକୁ ୬ ଓ୍ୱିକେଟରେ ମାତ୍ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ନୂଆଦିଲ୍ଲୀ, ୧୮/୦୨ : ରଣଜୀ ଟ୍ରଫିରେ ଇତିହାସ ରଚିଛି ଜମ୍ମୁ-କାଶ୍ମୀର । ପ୍ରଥମ ଥର ଦଳ ଫାଇନାଲରେ ପ୍ରବେଶ କରିଛି । ୧୯୫୯-୬୦ରେ ପ୍ରଥମ ଥର ରଣଜୀ ଖେଳିଥିବା ଟିମ୍ ୬୭ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ଏଣ୍ଟ୍ରି କରିବାରେ ସକ୍ଷମ ହୋଇଛି । ଦଳ ସେମିଫାଇନାଲରେ ଦୁଇ ଥରର ଚାମ୍ପିଅନ୍ ପଶ୍ଚିମବଙ୍ଗକୁ ୬ ଓ୍ୱିକେଟରେ ମାତ୍ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
୯୯ରେ ପଶ୍ଚିମବଙ୍ଗ ଅଲଆଉଟ୍
ମ୍ୟାଚରେ ଜମ୍ମୁ-କାଶ୍ମୀର ତରଫରୁ ସବୁଠୁ ପ୍ରଭାବି ସାବ୍ୟସ୍ତ ହୋଇଥିଲେ ଦ୍ରୁତ ବୋଲର ଆକିବ୍ ନବୀ । ସେ ଉଭୟ ଇନିଂସରେ ୯ଟି ଓ୍ୱିକେଟ୍ ହାସଲ କରିଛନ୍ତି । ତାଙ୍କ ବୋଲିଂର ସାମ୍ନା କରିପାରି ନଥିଲେ ବଙ୍ଗ ବ୍ୟାଟର । ଫଳରେ ୨୫.୧ ଓଭରରେ ପଶ୍ଚିମବଙ୍ଗ ୯୯ରେ ଅଟକି ଯାଇଥିଲା । ପ୍ରଥମ ପାଳିରେ ଦଳ ୩୨୮ ରନ୍ କରିଥିଲା । ହେଲେ ଦ୍ୱିତୀୟ ପାଳିରେ ଜମ୍ମୁ-କାଶ୍ମୀର ବାଜି ପଲଟାଇ ଦେଇଥିଲା ।
ପ୍ରଥମ ପାଳିରେ ଜମ୍ମୁ ପଛରେ
ପ୍ରଥମ ଇନିଂସରେ ଜମ୍ମୁ-କାଶ୍ମୀର ୩୦୨ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଦଳକୁ ଭଲ ସନ୍ତୁଳନ ମିଳିଥିଲା । ଦ୍ୱିତୀୟ ଇନିଂସରେ ନବୀଙ୍କ ବୋଲିଂ ବଙ୍ଗକୁ ୯୯ରେ ଅଟକାଇ ଦେଇଥିଲା । ଭଳରେ ଜମ୍ମୁ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ ସେ ସହଜରେ ହାସଲ କରିନେଇଛି ।
ଦ୍ୱିତୀୟ ଇନିଂସରେ ଜମ୍ମୁ ପାଇଁ ଅବ୍ଦୁଲ ସମଦ ଏବଂ ବଂଶଜ ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ । ବଂଶଜ ୪୩ ରନ୍ କରି ନଟ୍ ଆଉଟ୍ ରହିଥିବା ବେଳେ ସମଦ ୩୦ ରନରେ ଅପରାଜେୟ ରହି ଦଳକୁ ଜିତାଇଥିଲେ ।
ଦୀର୍ଘ ବର୍ଷ ପରେ ଫାଇନାଲରେ ଟିମ୍
୨୦୧୩-୧୪ରେ ଜମ୍ମୁ ପ୍ରଥମ ଥର ନକ୍ ଆଉଟରେ ପହଁଚିଥିଲା । କିନ୍ତୁ ସେବେ ଚାମ୍ପିଅନ୍ ହୋଇପାରିନଥିଲା ଟିମ୍ । ଏଥର ଦଳ ନକ୍ ଆଉଟ୍ ଅତିକ୍ରମ କରି ଫାଇନାଲରେ ପହଁଚିଛି । ଏହାସହ ଅନ୍ୟ ଦଳ ପାଇଁ ବଡ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି ।
ସୌଜନ୍ୟ ସମ୍ବାଦ




