ଜାତୀୟ

ଇନଷ୍ଟାମାର୍ଟ ରିପୋର୍ଟ: କିଏ ଲକ୍ଷାଧିକ ଟଙ୍କାର କଣ୍ଡୋମ କିଣିଛି ତ ଆଉ କିଏ ରେଡବୁଲ୍, ପ୍ରତି ମିନିଟରେ ବିକ୍ରି ହୋଇଛି ୬୬୬ ଗୋଲାପ

ଜଣେ ଉପଭୋକ୍ତା ଏନର୍ଜି ଡ୍ରିଙ୍କ ପ୍ରତି ଏତେ ସୌଖିନ ଯେ, ସେ ବର୍ଷସାରା ୧୬.୩ ଲକ୍ଷ ଟଙ୍କାର ରେଡ୍ ବୁଲ୍ ପିଇଛନ୍ତି । କଳ୍ପନା କରନ୍ତୁ, ସେହି ଟଙ୍କାରେ ସେ ଏକ ବିଳାସପୂର୍ଣ୍ଣ କାର କିଣି ପାରିଥାନ୍ତେ । କିନ୍ତୁ ସେ ସବୁକିଛି ସଫ୍ଟ ଡ୍ରିଙ୍କରେ ଉଡ଼ାଇ ଦେଇଛନ୍ତି।

Swiggy Instamart Viral Orders 2025: ଭାରତୀୟମାନଙ୍କର ସପିଂ ଅଭ୍ୟାସ ଅତି ଚମତ୍କାର । କେତେବେଳେ ଆମେ ଦଶ ଟଙ୍କା ପାଇଁ ବାରଗେନିଂ କରିଥାଉ, ଆଉ କେତେବେଳେ କେବଳ ଗୋଟିଏ କ୍ଲିକରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେଉ। ୨୦୨୫ ବର୍ଷ ପାଇଁ ସ୍ୱିଗି ଇନଷ୍ଟାମାର୍ଟ ଦ୍ୱାରା ପ୍ରକାଶିତ ସଂଖ୍ୟା ଆପଣଙ୍କୁ ଚକିତ କରିଦେବ। ଏହି ରିପୋର୍ଟ କେବଳ ଏକ ସପିଂ ତାଲିକା ନୁହେଁ, ବରଂ ଲୋକଙ୍କ ଅଜବ ସଉକ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସର ପ୍ରତିଫଳନ।

ଚେନ୍ନାଇର ‘କଣ୍ଡୋମ କିଙ୍ଗ’ ଏବଂ ମୁମ୍ବାଇର ‘ରେଡବୁଲ’ ବ୍ୟକ୍ତି

ଚେନ୍ନାଇର ଜଣେ ଉପଭୋକ୍ତ ଗୋଟିଏ ବର୍ଷରେ କେବଳ କଣ୍ଡୋମ ପାଇଁ ୧ ଲକ୍ଷ ୬ ହଜାର ୩୯୮ ଟଙ୍କା ଖର୍ଚ୍ଚ କରିଛନ୍ତି। ହଁ, ଆପଣ ଠିକ୍ ପଢ଼ିଛନ୍ତି । ଏହି ଭଦ୍ରଲୋକ ବର୍ଷସାରା ୨୨୮ ଟି ପୃଥକ ଅର୍ଡର ଦେଇଛନ୍ତି। ହାରାହାରି, ପ୍ରତି ଦିନ ତାଙ୍କ ଘରକୁ ଗୋଟିଏ ପ୍ୟାକେଟ କଣ୍ଡୋମ ଆସୁଥିଲା। ଇନଷ୍ଟାମାର୍ଟ ମଧ୍ୟ ଏହାକୁ ସେମାନଙ୍କର ପ୍ଲାଟଫର୍ମରେ ସର୍ବାଧିକ କଣ୍ଡୋମ ସପିଂ ରେକର୍ଡ ଭାବରେ ଶ୍ରେଣୀଭୁକ୍ତ କରିଛି।

ମୁମ୍ବାଇବାସୀ ମଧ୍ୟ କିଛି କମ୍ ନୁହଁନ୍ତି। ସେଠାରେ ଜଣେ ଉପଭୋକ୍ତା ଏନର୍ଜି ଡ୍ରିଙ୍କ ପ୍ରତି ଏତେ ସୌଖିନ ଯେ, ସେ ବର୍ଷସାରା ୧୬.୩ ଲକ୍ଷ ଟଙ୍କାର ରେଡ୍ ବୁଲ୍ ପିଇଛନ୍ତି । କଳ୍ପନା କରନ୍ତୁ, ସେହି ଟଙ୍କାରେ ସେ ଏକ ବିଳାସପୂର୍ଣ୍ଣ କାର କିଣି ପାରିଥାନ୍ତେ । କିନ୍ତୁ ସେ ସବୁକିଛି ସଫ୍ଟ ଡ୍ରିଙ୍କରେ ଉଡ଼ାଇ ଦେଇଛନ୍ତି।

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମର ସୁନାମୀ

ପ୍ରେମ ବିଷୟରେ ଭାରତୀୟମାନେ ପଛରେ ନାହାନ୍ତି । ରିପୋର୍ଟ ଅନୁଯାୟୀ, ଭାଲେଣ୍ଟାଇନ୍ସ ଡେ’ରେ ଇନଷ୍ଟାମାର୍ଟରେ ପ୍ରତି ମିନିଟରେ ୬୬୬ ଗୋଲାପ ବିକ୍ରି ହୋଇଥିଲା। ହାଇଦ୍ରାବାଦର ଜଣେ ରୋମିଓ କେବଳ ଗୋଲାପ ପାଇଁ ୩୧ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରେମ ନିବେଦନ କରିବାର ଏହି ଇନଷ୍ଟାଣ୍ଟ ପ୍ରକ୍ରିୟା ପ୍ରକୃତରେ ଆକର୍ଷଣୀୟ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button