Breaking News

ଇନ୍‌ଫୋସିସ୍‌ରେ ଫ୍ରେସର୍‌ ନିଯୁକ୍ତି ଭେଳିକି: ପରୀକ୍ଷା ବାହାନାରେ ୩୦୦ ବିଦା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅଟୋମେସନ ପ୍ରଭାବରେ ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପ ଯେଉଁ ପରିବର୍ତ୍ତନ ଦେଇ ଗତି କରୁଛି, ତାହାର ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ୁଛି।

ବେଙ୍ଗାଲୁରୁ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅଟୋମେସନ ପ୍ରଭାବରେ ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପ ଯେଉଁ ପରିବର୍ତ୍ତନ ଦେଇ ଗତି କରୁଛି, ତାହାର ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ୁଛି। ବିଶେଷ କରି ନୂଆ କର୍ମଚାରୀମାନେ ତାହା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଦେଶର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନି ଏକ ଆଭ୍ୟନ୍ତରୀଣ ପରୀକ୍ଷା ବାହାନାରେ ୩୦୦ ନୂଆ କର୍ମଚାରୀଙ୍କୁ ବିଦା କରିବା ପରେ ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଆଇଟି ଶିଳ୍ପର କର୍ମଚାରୀ ସଂଘ ଏନ୍‌ଆଇଟିଇଏସ୍‌ ସଜବାଜ ହେଉଛି।

ଇନ୍‌ଫୋସିସ୍‌ ଏହାର ମହୀଶୂର କ୍ୟାମ୍ପସ ଲାଗି କିଛି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ। ନିଯୁକ୍ତି ପତ୍ର ପାଇବାର ଦୁଇ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଚାକିରି ଯୋଗଦେବାର ସୁଯୋଗ ଦିଆଗଲା ନାହିଁ। ଦୀର୍ଘଦିନ ପ୍ରତୀକ୍ଷା ପରେ ସେମାନଙ୍କୁ ୨୦୨୪ ଅକ୍ଟୋବରରେ ତାଲିମ ନେବା ଲାଗି ଆସିବାକୁ କୁହାଯାଇଥିଲା। ତାଲିମ ଶେଷ ହେବା ପରେ ଏକ କଠୋର ଆଭ୍ୟନ୍ତରୀଣ ପରୀକ୍ଷା ଦେବା ଲାଗି ସେମାନଙ୍କୁ କୁହାଯାଇଥିଲା। ‌ଯେଉଁମାନେ ପରୀକ୍ଷାରେ ଫେଲ୍‌ ହୋଇଥିଲେ, ସେମାନଙ୍କୁ କମ୍ପାନି ଛଟେଇ କରିଛି। କଠୋର ଚୟନ ପ୍ରକ୍ରିୟା ଦେଇ ଗତି କରିଥିବା ପିଲାମାନଙ୍କୁ ପୁଣି ଥରେ ଏଭଳି କଠୋର ପରୀକ୍ଷା ଦେବାକୁ କହିବା ଅଭ୍ୟାସ ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି ଯେ ନୂଆ କର୍ମଚାରୀମାନଙ୍କୁ ଯେଉଁ ନିଯୁକ୍ତିପତ୍ର ଦିଆଯାଇଥିଲା, ସେଥିରେ ଆଭ୍ୟନ୍ତରୀଣ ଅନୁଶୀଳନ ପରୀକ୍ଷା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। କିଛି ପିଲା ତିନି ତିନି ଥର ପ୍ରୟାସରେ ମଧ୍ୟ ପରୀକ୍ଷା ପାସ୍ କରିପାରିନଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.