Breaking News

ଇନ୍‌ଫୋସିସ୍ ମାଲିକ ନାରାୟଣ ମୂର୍ତ୍ତିଙ୍କୁ ବଡ଼ ଝଟ୍‌କା । ଇନଫୋସିସ୍ ଉପରେ ୨୮୩ କୋଟି ଟଙ୍କାର ଜରିମାନା ।

ଆମେରିକାରେ ମୂର୍ତ୍ତିଙ୍କ କମ୍ପାନି ଇନଫୋସିସ୍ ଉପରେ ୨୮୩ କୋଟି ଟଙ୍କାର ଜରିମାନା । ଇମିଗ୍ରେସନ ଠକେଇର ମାମଲାରେ ଇନଫୋସିସ୍ ସମ୍ପୃକ୍ତ ଥିବା ଅଭିଯୋଗ । ଆମେରିକାରେ ଇମିଗ୍ରେସନ ଠକେଇର ସବୁଠାରୁ ବଡ ମାମଲାରେ ଇନଫୋସିସ୍ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି ।

କନକ ବ୍ୟୁରୋ: ଭାରତର ବିଶିଷ୍ଠ ଉଦ୍ୟୋଗୀ ନାରାୟଣ ମୂର୍ତ୍ତିଙ୍କୁ ବଡ଼ ଝଟକା । ଆମେରିକାରେ ମୂର୍ତ୍ତିଙ୍କ କମ୍ପାନି ଇନଫୋସିସ୍ ଉପରେ ୨୮୩ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି । ଆମେରିକାରେ ଇମିଗ୍ରେସନ ଠକେଇର ସବୁଠାରୁ ବଡ ମାମଲାରେ ଇନଫୋସିସ୍ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ତେବେ ଏବେ କମ୍ପାନୀ ଏହି ପୂରା ମାମଲାର ମୁକାବିଲା କରିବାରେ ଲାଗିପଡିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ପୂରା ଘଟଣା କ’ଣ, ଯେଉଁଥିପାଇଁ ଇନଫୋସିସ୍ ଉପରେ ଏତେ ବଡ଼ ଜରିମାନା ଲଗାଯାଇଛି । ଇନଫୋସିସ୍ ଉପରେ ବ୍ୟବସ୍ଥାଗତ ଭିସା ଜାଲିଆତି ଏବଂ ଆମେରିକାର ଇମିଗ୍ରେସନ ସିଷ୍ଟମର ଅପବ୍ୟବହାର ଅଭିଯୋଗ ରହିଛି । ଲାଭ ପାଇବା ଉଦ୍ଦେଶ୍ୟରେ କମ୍ପାନୀ ଏହି ଠକେଇ କରିଛି । ଅଭିଯୋଗ ଅନୁଯାୟୀ, ଇନଫୋସିସ୍ ଏହାର କର୍ମଚାରୀମାନଙ୍କୁ ଏଚ୍ -୧ବି ଭିସା ପରିବର୍ତ୍ତେ ବି-୧ ଭିଜିଟର ଭିସା ପ୍ରଦାନ କରି ଆମେରିକାର ଭିସା ନିୟମର ଉଲ୍ଲଂଘନ କରିଛି । କମ୍ପାନୀ ବେତନ ନିୟମ ଏବଂ ଇମିଗ୍ରେସନ ଆବଶ୍ୟକତାକୁ ଅଣଦେଖା କରିଛି । ଏସବୁ ଯୋଗୁଁ ଶ୍ରମ ଖର୍ଚ୍ଚ ହ୍ରାସ କରି କମ୍ପାନିକୁ ଫାଇଦା ମିଳିଥିଲା ବୋଲି ଆମେରିକା ପ୍ରଶାସନ କହିଛି ।

ସୌଜନ୍ୟ-କନକ

Comments are closed.