Breaking News

ଇ‌-କେୱାଇସି ନକଲେ ରାସନ୍‌କାର୍ଡ କଟିବ: ଏବେ ବି ୩୭,୮୫,୪୯୬ଜଣ ଇ-କେୱାଇସି କରିନାହାନ୍ତି

ସମସ୍ତ ରାସନ୍‌କାର୍ଡ ହିତାଧିକାରୀ ଇ-କେୱାଇସି କରିବାକୁ ରାଜ୍ୟ ସରକାର ବାରମ୍ବାର ତାରିଖ ଘୁଞ୍ଚାଇ ଚାଲିଥିଲେ ବି ଏହା ସଫଳ ହେଉନି। ଫେବ୍ରୁଆରି ୧୫ରେ ଇ-କେୱାଇସି ଅବଧି ସରିବାକୁ ଥିବାବେଳେ ଏବେବି ୩୭ଲକ୍ଷ ୮୫ହଜାର ୪୯୬ଜଣ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି।

ଭୁବନେଶ୍ବର: ସମସ୍ତ ରାସନ୍‌କାର୍ଡ ହିତାଧିକାରୀ ଇ-କେୱାଇସି କରିବାକୁ ରାଜ୍ୟ ସରକାର ବାରମ୍ବାର ତାରିଖ ଘୁଞ୍ଚାଇ ଚାଲିଥିଲେ ବି ଏହା ସଫଳ ହେଉନି। ଫେବ୍ରୁଆରି ୧୫ରେ ଇ-କେୱାଇସି ଅବଧି ସରିବାକୁ ଥିବାବେଳେ ଏବେବି ୩୭ଲକ୍ଷ ୮୫ହଜାର ୪୯୬ଜଣ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି। ଇ-କେୱାଇସି ଅବଧି ସରିବାକୁ ଆଉ ମାତ୍ର ୬ଦିନ ଥିବାବେଳେ ଏତେ ସଂଖ୍ୟକ ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ନହେବା ସରକାରଙ୍କୁ ଚିନ୍ତାରେ ପକାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଫେବ୍ରୁଆରି ୧୫ପରେ ଆଉ ଇ-କେୱାଇସି ଅବଧି ବଢ଼ିବନି। ତେଣୁ ଏବେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ତୁରନ୍ତ କରାଇନିଅନ୍ତୁ। ନଚେତ୍ ଏହାପରେ ଇ-କେୱାଇସି ହୋଇ ନଥିବା କାର୍ଡଗୁଡ଼ିକ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି କାର୍ଡଗୁଡ଼ିକୁ କାଟି ଦିଆଯିବ। ସମସ୍ତ ଅଯୋଗ୍ୟ ହିତାଧିକାରୀମାନେ ରାସନ୍‌ କାର୍ଡ ଫେରାଇବେ। ଯଦି ସେମାନେ କାର୍ଡ ନ ଫେରାଇ‌ବେ ତେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ଏବେ ବି ୩୭,୮୫,୪୯୬ଜଣ ଇ-କେୱାଇସି କରିନାହାନ୍ତି
ଫେବ୍ରୁଆରି ୧୫ପରେ ଆଉ ଅବଧି ବଢ଼ିବନି:  ଯୋଗାଣ ମନ୍ତ୍ରୀ
ନୂଆ ରାସନ୍‌କାର୍ଡ ପାଇଁ ୬ଲକ୍ଷ ଲୋକ ଆବେଦନ କରିଛନ୍ତି

ସେହିପରି ଏବେ ରାସନ୍‌କାର୍ଡ ପାଇଁ ୬ଲକ୍ଷ ଆବେଦନ ଆସିଛି। ତେଣୁ ଅଯୋଗ୍ୟଙ୍କୁ  କାଟି ନୂଆ ଯୋଗ୍ୟ ଆବେଦନକାରୀଙ୍କୁ ରାସନ୍‌ କାର୍ଡ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ଏହାସହ ମନ୍ତ୍ରୀ କହିଛନ୍ତି ‌ଯେ, ବହୁ ଚାକିରିଆ ଓ ସ୍ବଚ୍ଛଳ ବର୍ଗର ଲୋକ ରାସନ୍‌ କାର୍ଡ ଫେରାଇଲେଣି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ହଜାର ଚାକିରିଆ ଏବଂ ଆୟକର ଦେଉଥିବା ଲୋକ କାର୍ଡ ଫେରାଇ ସାରିଲେଣି। ଆହୁରି ଏପରି ବହୁତ ହିତାଧିକାରୀ ଥିବା ଜଣାପଡ଼ିଛି। ବିଭାଗକୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ସରକାରଙ୍କ ସମୟରେ ବାର୍ଷିକ ୮ଲକ୍ଷ ଟଙ୍କା ଆୟ କରୁଥିବା ଲୋକ ମଧ୍ୟ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ୍‌ କାର୍ଡ ହାତେଇଥିଲେ। ଏନେଇ ସର୍ଭେ କରି ଏଭଳି ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ସେମାନେ ଯଦି ସ୍ବଇଚ୍ଛାରେ କାର୍ଡ ସରେଣ୍ଡର୍‌ ନ କରିବେ ତେବେ ଆମେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.