Breaking News

ଉକୁଣିରୁ ମୁକ୍ତି ପାଇଁ…

ଲୋମମୂଳରେ ବଢୁଥିବା ଉକୁଣି ହେଉଛି ଏକ ପ୍ରକାର ଛଅ ଗୋଡ଼ିଆ କୀଟ ଯାହା ବିଶେଷ କରି ମୁଣ୍ଡର ଘଞ୍ଚ କେଶରାଶିରେ ରହେ। କେଶକୁ ଆଶ୍ରା କରି ବଢୁଥିବା ଏହି କୀଟ ଆମ ଚର୍ମକୁ ଦିନକୁ ଅନ୍ତତଃ ଛଅ ଥର କଣା କରି ରକ୍ତ ଶୋଷିଥାଏ।

ଲୋମମୂଳରେ ବଢୁଥିବା ଉକୁଣି ହେଉଛି ଏକ ପ୍ରକାର ଛଅ ଗୋଡ଼ିଆ କୀଟ ଯାହା ବିଶେଷ କରି ମୁଣ୍ଡର ଘଞ୍ଚ କେଶରାଶିରେ ରହେ। କେଶକୁ ଆଶ୍ରା କରି ବଢୁଥିବା ଏହି କୀଟ ଆମ ଚର୍ମକୁ ଦିନକୁ ଅନ୍ତତଃ ଛଅ ଥର କଣା କରି ରକ୍ତ ଶୋଷିଥାଏ। ମୁଣ୍ଡରେ ଉକୁଣି କାମୁଡ଼ିବା ଭାରୀ ବିରକ୍ତିକର ହୋଇଥାଏ। ମାତ୍ର ଥରେ ସେମାନଙ୍କୁ କେଶରୁ ବାହାରକୁ କାଢ଼ିନେଲେ ସେମାନେ ଆଉ ଅଧିକ ସମୟ ବଞ୍ଚି ରହିପାରନ୍ତିନି। ‘ନିଖ’ ବୋଲି କୁହାଯାଉଥିବା ଉକୁଣିର ଅଣ୍ଡା ହିଁ ସଂକ୍ରମଣର ପ୍ରଥମ ଲକ୍ଷଣ। ଗୋଟିଏ ଉକୁଣି ଏକ ମାସର ଜୀବନକାଳ ମଧ୍ୟରେ ଶହେରୁ ଅଧିକ ଅଣ୍ଡା ଦେଇଥାଏ। ମାତ୍ର ସେମାନଙ୍କ ଦ୍ବାରା କୌଣସି ରୋଗଜୀବାଣୁ ପରିବାହିତ ହେବାର ପ୍ରମାଣ ନଥିବାରୁ ସେମାନେ କିଛି ସ୍ବାସ୍ଥ୍ୟ ସଂକଟ ଆଣିନଥା’ନ୍ତି। ଛୋଟ ପିଲାଙ୍କ ମୁଣ୍ଡ ଉକୁଣିମାନଙ୍କ ପ୍ରମୁଖ ବସା ପାଲଟିଥିବାରୁ ଏହାର କାମୁଡ଼ା ଶିଶୁକୁ ବ୍ୟତିବ୍ୟସ୍ତ କରିଦେଇଥାଏ। ଏକ ଅଷ୍ଟ୍ରେଲୀୟ ଅନୁଧ୍ୟାନରୁ ଜଣାଯାଇଛି ଯେ ଶ୍ରେଣୀଗୃହରେ ପିଲାଙ୍କ ମୁଣ୍ଡରେ ଉକୁଣି ସଂକ୍ରମଣ ହାର ୭୨%।

ଉକୁଣି ଡେଇଁପାରେନି କି ଉଡ଼ିପାରେନି, କେବଳ ଯାହା  ସିଧାସଳଖ ସଂସ୍ପର୍ଶ ଦ୍ବାରା ମୁଣ୍ଡରୁ ମୁଣ୍ଡକୁ ସ୍ଥାନାନ୍ତର ହୋଇଥାଏ। ଉକୁଣି ମାରିବା ପାଇଁ ବ୍ୟବହୃତ ରାସାୟନିକ ଉତ୍ପାଦଗୁଡ଼ିକ କୀଟନାଶକ ହୋଇଥିବାରୁ ନିଖଗୁଡ଼ିକ ବଞ୍ଚିଯାଆନ୍ତି। ତେଣୁ ଏ ପ୍ରକ୍ରିୟାରେ ମୁଣ୍ଡରୁ ସଂପୂର୍ଣ୍ଣ ଉକୁଣି ନିପାତ କରିବା କଷ୍ଟକର।
ଉକୁଣି ଦାଉରୁ ମୁକ୍ତି ଲାଗି ସର୍ବଶେଷ୍ଠ ଉପାୟ ଏହିପରି- ପ୍ରଥମେ ଓଦା କେଶରେ ହେୟାର କଣ୍ଡିସନର ଲଗାଇ ପ୍ରାୟ ୨୦ ମିନିଟ ସେମିତି ଛାଡ଼ିଦିଅନ୍ତୁ। ତା’ପରେ ଏକ ସୂକ୍ଷ୍ମ ଦାନ୍ତଯୁକ୍ତ ପାନିଆଁରେ ମୁଣ୍ଡକୁ କୁଣ୍ଡାଇ କଣ୍ଡିସନରକୁ ଟାୱେଲ କି ଟିସୁରେ ପୋଛିଦିଅନ୍ତୁ। ଏହା ଦ୍ବାରା ଉକୁଣିଗୁଡ଼ିକ ନିଷ୍କାସିତ ହୋଇଯିବେ। ତେବେ ନିଖଗୁଡ଼ିକର ବିଲୋପନ ପାଇଁ ଉକୁଣିର ଜୀବନଚକ୍ରକୁ ଭାଙ୍ଗିବାକୁ ପଡ଼ିବ। ସେଥିପାଇଁ ଉପରୋକ୍ତ ପ୍ରକ୍ରିୟାକୁ ଏକ ସପ୍ତାହର ବ୍ୟବଧାନରେ ଅନ୍ତତଃ ଆଉ ଦୁଇ ଥର ପୁନରାବୃତ୍ତି କଲେ ସଫଳତା ମିଳିପାରିବ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.